ବୋଲଗଡ ବ୍ଲକରେ ଫେଲ୍ ମାରିଛି ସ୍ବଛ ଭାରତ ମିଶନ ।

ବୋଲଗଡ,୧୭/୦୪(ପିପିଟି):ସ୍ବଛ ଭାରତ ମିଶନ ମାଧ୍ୟମରେ ପ୍ରତି ପଞ୍ଚାୟତରେ ନିର୍ମାଣ ହୋଇଥିବା ଆବର୍ଜନା କୁଣ୍ଡ ସଫା ନ ହେବା ଫଳରେ କୁଢ଼ କୁଢ଼ ଅଳିଆ ଓ ଆବର୍ଜନା ଫୁଲ ହୋଇ କୁଣ୍ଡ ଚାରି ପାଶ୍ଵ ଏଣେ ତେଣେ ପଡି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସହିତ ସଂକ୍ରମିତ ରୋଗ ହେବାର ଆଶଙ୍କା ଦେଖାଦେଇଛି।ଆଉ କିଛି ଆବର୍ଜନା କୁଣ୍ଡ ନିମ୍ନମାନ ନିର୍ମାଣ କାର୍ଯ୍ୟ ଯୋଗୁଁ ମାଟିରେ ମିଶିଲାଣି। ଗ୍ରାମାଞ୍ଚଳ ମାନଙ୍କରେ ସ୍ବଛତା ଆଣିବା ଲକ୍ଷ୍ୟରେ ଗାଁ ଗାଁରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରାଯାଇଛି। ପ୍ରତ୍ୟେକ ସାହି ବା ଗ୍ରାମରୁ ଆବର୍ଜନା ସଂଗ୍ରହ କରିବା ପାଇଁ ପ୍ରତି ପଞ୍ଚାୟତକୁ ଆବର୍ଜନା ସଂଗ୍ରହ ଟ୍ରଲି ଯୋଗାଇ ଦିଆଯାଇଛି। ଟ୍ରଲି ବ୍ୟବହାର ନ ହୋଇ ନଷ୍ଟ ହେବାକୁ ଲାଗିଲାଣି। ହେଲେ ଏହି ଯୋଜନା ବୋଲଗଡ଼ ବ୍ଲକରେ ଫେଲ୍ ମାରିଛି। ଏହାର ବ୍ୟତିକ୍ରମ ନେଇ ପଞ୍ଚାୟତରେ ଆବର୍ଜନା ସଂଗ୍ରହ କରାଯାଉ ନଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁଁ ରକ୍ଷଣାବେକ୍ଷଣ ଅଭାବକୁ ନେଇ ଆବର୍ଜନା ସଂଗ୍ରହ ଓ ପୃଥକୀକରଣ ନିମନ୍ତେ ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଗୃହ ଗୁଡ଼ିକ ବ୍ୟବହାର ପୂର୍ବରୁ ଏବେ ମାଟିରେ ମିଶିଲାଣି। ପୂର୍ବରୁ ନିର୍ମାଣ ହୋଇଥିବା ଘରର ଲୁହା ୟ୍ୟାଙ୍ଗେଲ ଓ ଆଜବେଷ୍ଟ ଛପର ଗୁଡ଼ିକୁ ଭାଙ୍ଗି ଖୋଲି ନିଆଗଲାଣି। । ଏହି ଗୃହ ନିର୍ମାଣ ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ରହୁଛି। ଯାହାଦ୍ବାରା କେନ୍ଦ୍ର ସରକାରଙ୍କ ଏଭଳି ଲୋକାଭିମୁଖୀ ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଏହିଆବର୍ଜନା କୁଣ୍ଡ ଗୁଡି଼କ ଏବେ ଭାଙ୍ଗିରୁଜି ମାଟିରେ ମିଶୁଥିବା ବେଳେ ବାସ୍ତବରେ ଏହି ଯୋଜନା କାହା ସ୍ବାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ବ୍ଲକ କନିଷ୍ଠ ଯନ୍ତ୍ରୀ ଦୀର୍ଘ ବର୍ଷ ରୁ ଅଧିକ ଗାଦୀ ମାଡି ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥୁବା ବେଳେ ମନାମାନୀ କାର୍ଯ୍ୟ ଏବେ ପଦାରେ ପଡିଛି। ଏଥି ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ଉଚ୍ଚ କତୃପକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ମାନେ ଅନୁରୋଧ କରିଅଛନ୍ତି ।

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment