ବୋଲଗଡ ପୂର୍ତ୍ତ ଡାକବଙ୍ଗଳାର ସାମ୍ପ୍ରସାରିତ ନୂତନ କୋଠା ଉଦଘାଟିତ।

ବୋଲଗଡ଼,୨୧/୦୪(ପିପିଟି):ରାଜ୍ୟ ପୂର୍ତ୍ତ ବିଭାଗ ଆର୍ଥିକ ସହାୟତାରେ ବୋଲଗଡ଼ ଡାକବଙ୍ଗଳlର ସାମ୍ପ୍ରସାରିତ ନୂତନ କୋଠାକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା କମିଟିର ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ସଭାପତି ଶୁଭକାନ୍ତ ମହାପାତ୍ର, ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବୋଲଗଡ଼ ବ୍ଲକର ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଯୋଗଦେଇଥିଲେ। ସମସ୍ତ ଗ୍ରାମପଞ୍ଚୟତ ଅଞ୍ଚଳର ସର୍ବାଙ୍ଗୀନ ଉର୍ନ୍ନତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରତିଶୃତି ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment