ବୋଲଗଡ ତହସିଲଦାରଙ୍କ ବଦଳି ବାତିଲ  ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ।

ବୋଲଗଡ ୦୧/୧୧(ପିପିଟି): କର୍ତବ୍ୟନିଷ୍ଠା ବୋଲଗଡ ତହସିଲଦାରଙ୍କ ମାତ୍ର ୧ବର୍ଷର କାର୍ଯ୍ୟକାଳ ମଧ୍ୟରେ ବଦଳିକୁ ନେଇ ସାଧାରଣରେ ଅସନ୍ତୋସ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବୋଲଗଡ ତହସିଲ ଅନ୍ତର୍ଗତ ବିଭିନ୍ନ ସଙ୍ଗଠନ /ଅନୁଷ୍ଠାନ କର୍ମକର୍ତ୍ତା ,ବୋଲଗଡ ବଣିକ ମହାସଂଘ,ଅବସରପ୍ରାପ୍ତ କର୍ମଚାରୀ ସଂଘ , ବୋଲଗଡ ବ୍ଲକ ମିଶନ ଶକ୍ତି ମହାସଂଘ ,ବହୁ ସାମ୍ବାଦିକ ଓ ସାମାଜିକ କର୍ମି ମିଳିତଭାବେ ତଥା ଜନସାଧାରଣ ରାଜ୍ୟ ମୁଖ୍ୟମନ୍ତ୍ରୀ , ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମେଲ ଓ ଡାକ ବିଭାଗ ଜରିଆରେ ତହସିଲଦାର ନିବେଦିତା ପରିଡାଙ୍କ ବଦଳି ବାତିଲ ପାଇଁ  ନିବେଦନ  କରିଛନ୍ତି। ଦରଖାସ୍ତ ରୁ ପ୍ରାପ୍ତ ସୂଚନାରୁ  ଜଣାଯାଏ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ୧୭ ଅକ୍ଟୋବର ୨୦୨୪ରିଖ ରେ  ଓଏଏସ ଅଫିସରଙ୍କ ବଦଳି ସମ୍ପର୍କିତ ଏକ ବିଜ୍ଞପ୍ତି ତାଲିକା ପ୍ରକାଶ ପାଇଥିଲା। ତାଲିକାର କ୍ରମିକସଂଖ୍ୟା ୧୦୬ ରେ ବୋଲଗଡ ତହସିଲଦାର ନିବେଦିତା ପରିଡାଙ୍କୁ ଖୋର୍ଦ୍ଧା ଜିଲ୍ଲା କଲେକ୍ଟରଟେ କୁ ଡେପୁଟିକଲେକ୍ଟର ଭାବେ ବଦଳିକରାଯାଇଛି ।ସେ ବୋଲଗଡ ତହସିଲରେ ଗତବର୍ଷ ଅକ୍ଟୋବର ୬ ତାରିଖରେ ଯୋଗଦେଇଥିଲେ। ଏବଂ ତାଙ୍କୁ କାର୍ଯ୍ୟକରିବାର ମାତ୍ର ଏକ ବର୍ଷରେ ବଦଳିନୋଟିସ କରାଯାଇଛି। ତହସିଲଦାର ନିବେଦିତା ପରିଡା ଜଣେ ସଚ୍ଚୋଟ କର୍ତ୍ତବ୍ୟ ପରାୟଣ ଦକ୍ଷ ପ୍ରଶାସିକା ଏବଂ ତାଙ୍କ କାର୍ଯ୍ୟଶୈଳୀ ବୋଲଗଡ ତହସିଲରେ ଦୁର୍ନୀତି ଓ ଦଲାଲ ରାଜକୁ ନିୟନ୍ତ୍ରଣକୁ ଆଣିପାରିଛି l କ୍ଷମତାର ସୁବିନିଯୋଗକରି ଜନସାଧାରଣଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି । ତହସିଲ କାର୍ଯ୍ୟାଳୟର ବିକାଶ ଓ  ସୁ ପରିଚାଳନା ପାଇଁ ତହସିଲଦାର ନିବେଦିତା ପରିଡାଙ୍କ ବଦଳିକୁ ବାତିଲ କରି ତାଙ୍କ କାର୍ଯ୍ୟାକାଳକୁ ଏଠାରେ ଆଉ କିଛି ବର୍ଷ ବୃଦ୍ଧିକରି ଅବସ୍ଥାପିତ କରାଗଲେ ବୋଲଗଡର ବିକାଶରଧାରା ଜାରି ରହିବ ବୋଲି ଦର୍ଶାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

 

Comments (0)
Add Comment