ବୋଲଗଡ଼ ବ୍ଲକ ଅଞ୍ଚଳରେ ଦୀପାବଳୀ ପାଳନ; ପୂଜା ମଣ୍ଡପରେ ପୂଜା ପାଇଲେ ଶ୍ୟାମ କାଳୀ ।

ବୋଲଗଡ଼,୨୫/୧୦(ପିପିଟି): ପ୍ରତ୍ୟେକ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହିଦୀପାବଳୀ ଉତ୍ସବ ଆନନ୍ଦ ସହକାରେ ପାଳନ କରାଯାଉଛି। ସେବୁଠି ଦୀପ, ମହମବତୀ ଓ ରଙ୍ଗ ବେରଙ୍ଗର ଆଲୋକ ସଜେଇ ଏହି ଉତ୍ସବକୁ ପାଳନ କରାଯାଇଥାଏ। ସାରା ଦେଶରେ ଏହି ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ଦୀପାବଳୀକୁ ନେଇ ପୌରାଣିକ ଓ ଅନେକ ଲୋକ କଥାରହିଅଛି। ରାମାୟଣ ଅନୁସାରେ ଶ୍ରୀରାମ ଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ ଦିନ ତାଙ୍କୁ ସ୍ୱାଗତ କରିବା ପାଇଁ ଆଲୋକରେ ସୁସଜ୍ଜିତ କରିଥିଲେ ଅଯୋଧ୍ୟା ବାସୀ। ଏଥିସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯିବାରବିଦ୍ଧି ରହିଛି। ଏହାକୁ ମଧ୍ୟ ପୟାଶ୍ରାଦ୍ଧ ବୋଲି କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରି ଥିବା ପିତୃପୁରୁଷଙ୍କୁ ବାଟଦେଖାଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଇଥାଏ।ସେହିଭଳି ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଥିବା ପ୍ରତେକ ଗ୍ରାମରେ ଧୁମ୍ ଧାମ ରେ ଏହି ଦୀପାବଳୀ ଉତ୍ସବ କୁ ପାଳନ କରାଯିବାର ଦେଖାଯାଉଛି। ତତ୍ ସହିତ ବୋଲଗଡ଼ର ତ୍ରୀନାଥ ବଜାର କୁମ୍ଭାରିଛକ,ବୋଲଗଡର ଗଡସାହି ଓ ହଳଦୀପଦା ଗ୍ରାମର ପୂଜା ମଣ୍ଡପଗୁଡିକରେ ଆଡମ୍ବର ସହକାରେ ରାତ୍ର ୧:୩୦ମିନିଟ୍ ମା ଶ୍ୟାମକାଳୀଙ୍କ ପୂଜା କାର୍ୟ୍ୟ ଆରମ୍ଭ ହୋଇଯାଛି। ଆଜି ସୂର୍ଯ୍ୟ ପରାଗ ଥିବାରୁ ପୂଜାକାର୍ଯ୍ୟ ବନ୍ଦ ଅଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment