ବୋଲଗଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ ମେଳା।

ବୋଲଗଡ,୨୬/୦୯(ପିପିଟି);ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ ଓ ପଞ୍ଚାୟତ ସମିତି ଅଧ୍ଯକ୍ଷ,ଉପାଧ୍ୟକ୍ଷଙ୍କ ସହିତ ୧୯ଗୋଟି ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯାମାନେ ଯୋଗ ଦେଇ ୧୨୬ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୪୦ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏହା ସହିତ ବୋଲଗଡ଼ ବ୍ଳକର ୧୫ଜଣ ଭିନ୍ନକ୍ଷମ ଦିବ୍ୟାଙ୍ଗମାନଙ୍କୁ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ। ସେହିପରି ପଞ୍ଚାୟତ ସମିତି ପରିସର ରେ ଏକ ନୁତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଭିଡ୍୧୯ ର ସମସ୍ତ ନିୟମ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖି ମାକ୍ସ ପିନ୍ଧିଥିଲେ । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment