ବୋଲଗଡ଼ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ।

ବୋଲଗଡ଼,୨୭/୦୮(ପିପିଟି):ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବୋଲଗଡ଼ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ ପ୍ରତେକ ଗ୍ରାମାଞ୍ଚଳର ସମସ୍ତ ସାହି, ଗଳି ଓ ଛକ ମାନଙ୍କରେ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏବଂ ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।ଆଜି ପବିତ୍ର ଦିନରେ ଅଞ୍ଚଳ ସାରା ସବୁ ସ୍ଥାନରେ ଏକ ଭକ୍ତିମୟ ପରିବେଶ ଓ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି। ସଂଧ୍ୟା ସମୟରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment