ବୋଲଗଡ଼ ବିଡ଼ିଓଙ୍କ ବିରୋଧରେ ତେଜିଲା ଅସନ୍ତୋଷ ।

ବୋଲଗଡ,୨୮/୦୧(ପିପିଟି):ବୋଲଗଡ଼ ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁଙ୍କ ବିରୋଧରେ ବୁଧବାର ଏକାଠି ହେଲେ ବହୁ ଜନସାଧାରଣ । ବିଶାଳ ଶୋଭାଯାତ୍ରାରେ ବିଡ଼ିଓଙ୍କୁ ବହିଷ୍କାର ଦାବି ନେଇ ବଜାର ପରିକ୍ରମା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ତହସିଲଦାରଙ୍କୁ ଦେଇଛନ୍ତି ଦାବିପତ୍ର । ବୋଲଗଡ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ରେ ଉପସ୍ଥିତ ରହିନଥିବାରୁ ବୋଲଗଡ଼ର ସମ୍ମାନ ପ୍ରତି କୁଠାରଘାତ ବୋଲି ବୁଦ୍ଧିଜୀବୀ ମାନେ ଅସନ୍ତୋଷ ବଖାଣିଛନ୍ତି । ବୋଲଗଡ ଏକ ଐତିହାସିକ ଅଞ୍ଚଳ ପାଇକ ବିଦ୍ରୋହ,ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ, ବିନୋବାଭାବେ ପରି ମହାନ ମନିଷ ବୋଲଗଡ ସଦର ମହକୁମାରେ ରାତ୍ରିଯାପନ କରି ମାଟି ପବିତ୍ର କରିବା ନେଇ ପ୍ରତିବର୍ଷ ସମସ୍ତ ଜାତୀୟ କାର୍ଯକ୍ରମ ବିଶେଷ ଭାବେ ଅୟୋଜନ ହୁଏ । ଏହାକୁ ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଳ୍ଳଭ ପଟ୍ଟନାୟକ ସମୟରୁ ନିଜେ ଆୟୋଜନ ପାଳନ କରି ଆସୁଥିଲେ । ତେବେ ଏହି କାର୍ଯ୍ୟକ୍ରମ ବିଡ଼ିଓଙ୍କ ଅସହଯୋଗ ଅଭିଯୋଗ,ମନମୁଖୀ ଶାସନ ଏବଂ ସରକାରୀ କାର୍ଯ୍ୟକ୍ରମରେ ଡ୍ରାଇଭରର ଜନ୍ମଦିନ ପାଳନ କରି କେକ୍ କଟାକୁ ବିରୋଧ କରିଛନ୍ତି ଖୋଦ୍ ବିଧାୟକ ପ୍ରଦୀପ କୁମାର ସାହୁ ଏପରିକି ଗଣତନ୍ତ୍ର ଦିବସ ମଞ୍ଚରୁ ବିଡିଓଙ୍କୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ଗତକାଲି ବିଡିଓଙ୍କ ନାମାରେ ଅଞ୍ଚଳବାସୀ ଥାନା ଲିଖିତ ଅଭିଯୋଗ ପରେ ଆଜି ବୋଲଗଡ଼ ଟାଉନ କ୍ଲବ ଠାରୁ ଏକ ବିରାଟ ପ୍ରତିବାଦ ସଭା ବାହାରି ବ୍ଲକ କାର୍ଯ୍ୟାଳୟ ଦେଇ ଗୋପବନ୍ଧୁ ଛକରେ ପହଞ୍ଚି ଥିଲା। ତହସିଲ ଅଫିସ ସମ୍ମୁଖରେ ତହସିଲଦାରଙ୍କୁ ଦେଇଥିଲେ ଦାବିପତ୍ର। ଏଥିରେ ବ୍ଲକ ସମସ୍ତ ରାଜନୈତିକ ଦଳ କଂଗ୍ରେସ, ବିଜେଡ଼ି ଓ ବିଜେପି ଦଳର ପ୍ରମୁଖ ନେତା ମାନଙ୍କ ସହ ବଶିଷ୍ଠ ନାଗରିକ, ବୁଦ୍ଧିଜୀବୀ , ଆଇନଜୀବୀ ଓ ଛାତ୍ରନେତା ମାନେ ଯୋଗଦେଇ ସରକାର ତୁରନ୍ତ ବିଡିଓ ବହିସ୍କାର କରିବାକୁ ଦାବୀ କରିଛନ୍ତି। ଏଥିରେ ଐତିହାସିକ ରବିନ୍ଦ୍ର ପରିଡା,ଅଜିତ କୁମାର ପଟ୍ଟନାୟକ,ଲଲାଟ କିଶୋର ସିଂହ ଗୌରୀ ଦେବୀ,ବାନମ୍ବର ମାଝୀ, ବୀର କିଶୋର ଦାସ, ଅଶ୍ଵନୀ ପଟ୍ଟନାୟକ, ଛାତ୍ରନେତା ଶ୍ରୀତମ ପ୍ରଧାନ ସାମିଲ ହୋଇଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment