ବୋଲଗଡ଼,୨୯/୦୧(ପିପିଟି): ବୋଲଗଡ଼ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ସ୍ୱଳ୍ପ କିଛି ଦିନ ପୂର୍ବେ ବୋଲଗଡ଼ ଥାନା ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ଗ୍ଲାମର ବାଇକ ଯାହାର ନଂ-0D-02BB 9188 ଚୁଡା ଛକରୁ ଚୋରି ହୋଇଯାଇଥିଲା। ତେବେ ଗାଡି ଚୋରିକୁ ନେଇ ଅଭିଯୋଗ କ୍ରମେ ବୋଲଗଡ଼ ଥାନାକେଶନଂ-୨୧/୨୫ରେ ଏତଲା ଦାୟର କରାଯାଇଥିଲା।ଏହିକ୍ରମରେ ବୋଲଗଡ଼ ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ଚୋରି ବାଇକର ସକ୍ରିୟ ରାକେଟକୁ ଧରିବାକୁ ଅନୁସନ୍ଧାନ ଜାରି ରଖିଥିଲେ।ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆଇ ଆଇସିଙ୍କ ନିର୍ଦେଶକ୍ରମେ ଏସଆଇ ଲିଲି ପାଢ଼ୀ,ଏଏସଆଇ ପ୍ରସନ୍ନ କୁମାର ଦଳେଇ ଓ ସହଯୋଗୀଙ୍କ ସମେତ ଏକ ପୋଲିସ ଟିମ ମଙ୍ଗଳବାର କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ବାଘଟୁଙ୍ଗୁରି ଗ୍ରାମର କଷ୍ଟ ନାୟକର ପୁଅ ସଂଜୀବନ ନାୟକ ଓରଫ ଟେନା(୨୦) କୁ ଧରିବାକୁ ସକ୍ଷମ ହୋଇଥିଲେ।ପରେ ତା ଠାରୁ ୭ଗୋଟି ଚୋରା ବାଇକ ଜବତ କରାଯାଇଥିଲା।ସଂଜୀବନ ଓ ଚୋରି ଗାଡିକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖି ଅନ୍ୟ
ସହଯୋଗୀ ମାନଙ୍କୁ ଧରିବାକୁ ପୋଲିସ ସତର୍କତାର ସହ ଜାଲ ବିଛାଇ ଥିଲା।ବୁଧବାର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନେଳିଗୁଡା ଡ୍ୟାମ ଛକ କାଶୀନାଥ ନାୟକର ପୁଅ ପବିତ୍ର ନାୟକ(୨୮)କୁଧରିବାକୁ ସକ୍ଷମ ହୋଇଥିଲେ। ପବିତ୍ର ଦଶପଲ୍ଲା ନିକଟସ୍ଥ ଜଟିଆ ପାହାଡ଼ରେ ୭ ଗୋଟି ଚୋରି ବାଇକ ଲୁଚାଇ ରଖିଥିବାର ଜଣା ପଡିଥିଲା ଓ ପୋଲିସ ସେହି ଚୋରା ଗାଡି ଗୁଡିକୁ ଜବତ କରି ବୋଲଗଡ଼ ଥାନା ହେପାଯତକୁ ଆଣିଥିଲା।ଏହିପରି ମୋଟ ୧୪ଗୋଟି ଚୋରା ଗାଡି ଗୁଡିକୁ ପୋଲିସ ଜବତ କରି ସଂଜୀବନ ଓ ପବିତ୍ର ୨ବାଇକ ଚୋରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।ସୂଚନା ଯୋଗ୍ୟ ୩ମାସ ପୂର୍ବେ ଚୋରି ଗାଡି ରାକେଟକୁ ପୁଲିସ ଧରି କୋର୍ଟ ଚାଲାଣ
କରିଥିବା ବେଳେ ପବିତ୍ର ଫେରାର ହୋଇଯାଇଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।