ବୋଲଗଡ଼ ଏନ୍. ଏ. ସି ରୁ ବାଦ୍ ପଡିବାନେଇ ଆନ୍ଦୋଳନ ଡାକରା।

ବୋଲଗଡ଼,୨୪/୦୨(ପିପିଟି):ରାଜ୍ୟ ସରକାର ଆଜି ନୂଆ ୩୪ଗୋଟି ଏନ ଏ ସି ଘୋଷଣା କରିଛନ୍ତି। କିନ୍ତୁ ବୋଲଗଡ଼ କୁ ନୂତନ ଏନ ଏ ସି ତାଲିକାରୁ ବାଦ୍ ଦେଇଥିବା ରୁ ଏହାର ପ୍ରତିବାଦରେ ଆଜି ସଂଧ୍ୟା ୬ଘଟିକା ସମୟରେ ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ଆବାହକତ୍ବରେ ଦଳଗତ ନିର୍ବିଶେଷରେ ସ୍ଥାନୀୟ ଜଗନ୍ନାଥ ଙ୍କ ମନ୍ଦିର ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ କୃଷ୍ଣ ମୋହନ ପାଲଟାସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଘୁନାଥ ଷଡଙ୍ଗୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ରଘୁନାଥ ଦଳବେହେରା, ଶିକ୍ଷକ ନେତା ଦିବାକର ପରମଗୁରୁ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ରାଧାଶ୍ୟାମ ରାୟଗୁରୁ, ସମାଜସେବୀ ଲଲାଟେନ୍ଦୁ କିଶୋର ସିଂହ ପ୍ରମୁଖ ଉପସ୍ଥିତ ରହିବା ସହିତ ବୋଲଗଡ଼ ଅଞ୍ଚଳ ର ବହୁ ଗ୍ରାମର ମୂଖ୍ୟ ମୂଖ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା କାଲି ଠାରୁ ପ୍ରତେକ ପ୍ରତିନିଧି ଦଳ ଓ ସ୍ଥାନୀୟ ବିଧାୟକ ଙ୍କ ସହ ଆଲୋଚନା କରିବା ସହିତ ସୋମବାର ଠାରୁ ଆନ୍ଦୋଳନ କରିବା ପାଇଁ ସଭାରେ ନିଷ୍ପତି ଗ୍ରହଣ କରାଯାଇଛି। ଶେଷରେ ସାହିତ୍ୟ ଘରର ସଭାପତି ହରିବନ୍ଧୁ ସାହୁ ଧନ୍ୟବାଦ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment