ବୋଲଗଡ଼,୨୨/୧୨(ପିପିଟି):ବୋଲଗଡ଼ ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ କକ୍ଷ ଠାରେ ରବିବାର ଏକ ସଭା ଅନୁଷ୍ଠିତ ହୋଉଯାଇଛି। କାର୍ଯ୍ୟକ୍ରମରେ ବୋଲଗଡ଼ ଉନ୍ନୟନ ପରିଷଦ ସଭାପତି ଗୋପୀନାଥ ଖାଡଙ୍ଗା ସଭାପତିତ୍ୱ କରିଥିଲେ।ମୁଖ୍ୟବକ୍ତା ଭାବେ ଅଂଚଳର ବିଶିଷ୍ଟ ତଥା ଐତିହାସିକ ରବୀନ୍ଦ୍ର ପରିଡା ଯୋଗଦେଇ ବୋଲଗଡ଼ ତଥା ଅଂଚଳର ଉନ୍ନୟନ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ।ଅଂଚଳର ସର୍ବାଙ୍ଗୀନ ଉନ୍ନତି ପରିଷଦର ମୁଖ୍ୟ ଆଚରଣ ବୋଲି ଶ୍ରୀ ପରିଡା କହିଥିଲେ।ଉନ୍ନୟନ ପରିଷଦର ସମ୍ପାଦକ ରଘୁନାଥ ଦଳବେହେରା,ଉପସଭାପତି ଲଲାଟେନ୍ଦୁ କେଶରୀ ସିଂହ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମାର୍ଥ।,ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ପ୍ରାକ୍ତନ ସରପଞ୍ଚ ଉମେଶ ଚନ୍ଦ୍ର ମହାପାତ୍ର,ସମିତି ସଭ୍ୟା ନିର୍ମଳା ପ୍ରଧାନ ଓ ସମାଜସେବୀ ଶୈଳବାଳା ବାହିନୀପତି ପ୍ରମୁଖ ମଂଞ୍ଚାସିନ ଥିଲେ।ଅଂଚଳର ସର୍ବାଙ୍ଗୀନ ଉନ୍ନୟନ ବ୍ୟବସ୍ଥା ପରିଷଦର ମୁଖ୍ୟ ଆଚରଣ ବୋଲି ମୁଖ୍ୟବକ୍ତା ଶ୍ରୀ ପରିଡା କହିଥିଲେ।ଏପରିକି କୋର୍ଟ,ଏନଏସି,ପିଏଚରୁ ଷ୍ଟେସନର ମାନ୍ୟତା ଓ ସାର୍ବଜନୀନ ଖେଳ ପଡିଆ ଆଦି ଭଳି ଉନ୍ନୟନ ମୂଳକ କାର୍ଯ୍ୟର ସଫଳତା ତଥା ସଫଳ ରୂପାୟନ ପାଇଁ ଉନ୍ନୟନ ପରିଷଦର ଶୀର୍ଷ ଭୂମିକା ତଥା ଗୁରୁଦାୟିତ୍ୱ ସମ୍ପର୍କରେ ଶ୍ରୀ ମାର୍ଥ। ବକ୍ତବ୍ୟକୁ ଦୋହରାଇଥିଲେ। ଏଥିରେ ପ୍ରମୋଦ କୁମାର ସାହୁ,ବିଜୟ ସାହୁ,ଗଦାଧର ଚମ୍ପତି,ରଘୁନାଥ ବେହେରା,ବିରଞ୍ଚି ନାରାୟଣ ସିଂହ,ପ୍ରମୋଦ ଓଝା,ଭକ୍ତ ବଲ୍ଲଭ ପଟ୍ଟନାୟକ,କୈଳାସ ନାଥ ପ୍ରଧାନ,ସଂସାରୀ ସାହୁ,ନକୁଳ ରାଉତରାୟ ଓ ବୀର କିଶୋର ସାହୁ ପ୍ରମୁଖ ଅଂଚଳର ବହୁ ସଦସ୍ୟ ଯୋଗଦେଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)