ବୋଲଗଡ଼,୦୮/୦୪ (ପିପିଟି): ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଚୁକୁଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଙ୍କ ତତ୍ତ୍ଵାବଧାନରେ ପରିକ୍ରମା କରିଥିବା ଶିକ୍ଷା ସଚେତନତା ରଥକୁ ଚମ୍ପାଇଲୋ,ମାଗୁରା,ଟିକାତାଳ ଓ ପୁଆଣିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚମ୍ପାଇଲୋ,ଶିଉଳା ଏବଂ ଅସରଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପିଚୁକୁଳି ଓ ଅସରଳା ସ୍ଥିତ ଉଚ୍ଚ ବିଦ୍ୟାଳୟ, ପିଚୁକୁଳି ଆଦର୍ଶ ବିଦ୍ୟାଳୟ ଏବଂ ଟିକାତାଳ ସ°ସ୍କୃତ ବିଦ୍ୟାଳୟରେ କରତାଳି, ହରିଧ୍ଵନି, ସଙ୍କୀର୍ତ୍ତନ,ହୁଳହୁଳି,ଡ୍ରମ ବାଦନ ତଥା ନୃତ୍ୟ ପରିବେଷଣ ସହ ଧୂପ,ଦୀପ ଓ ପୁଷ୍ପ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଶଙ୍କରପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଭୁକ୍ତ କନ୍ଅରପୁର ଓ କାଦୁଆ ପଡ଼ା ସ୍ଥିତ ପ୍ରାଥମିକ ବିଦ୍ୟାଳୟ, ଶଙ୍କରପୁର ଓ କାଦୁପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଆରିକିମା ଓ ଖାରଡପଲ୍ଲୀ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ସିଂ.ଆର.ସି.ସି.ଶୁଭେନ୍ଦୁ ଦଳ ସିଂହାର ଙ୍କ ତତ୍ତ୍ଵାବଧାନରେ ନୃତ୍ୟ ପରିବେଷଣ, ପୁଷ୍ପମାଲ୍ୟ ଅର୍ପଣ ସହ ବନ୍ଦାପନା କରି ରଥକୁ ସ୍ୱାଗତ କରାଯାଇଥିଲା।ପିଚୁକୁଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଙ୍କ ଅନୁରୋଧକ୍ରମେ ଏବଂ ଶଙ୍କର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦାସ ଙ୍କ ଆବାହକତ୍ୱରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯଥାକ୍ରମେ ପିଚୁକୁଳି ଓ ଶଙ୍କର ପୁର କ୍ଳଷ୍ଟରର ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ରଥ ପରିକ୍ରମା ରେ ଯୋଗଦାନ କରିଥିଲେ। ଉପରୋକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ଳା କାର୍ଡ ଧରି ବାଇକ୍ ଯାତ୍ରା ରେ ରଥ ପରିକ୍ରମା ରେ ସାମିଲ ହୋଇ ସ୍ଳୋଗାନ ଓ ସଙ୍ଗୀତଗାନ ଦ୍ୱାରା ପିଲାମାନଙ୍କୁ ବିଦ୍ୟାଳୟରେ ଆକୃଷ୍ଟ କରିବା ପାଇଁଁ ଜନସଚେତନତା ସୃଷ୍ଟି କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣା, ସୁଧୀର କୁମାର ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ଶିକ୍ଷକ ସୁଶ୍ମିକାନ୍ତ ସାହୁ, ବିଚିତ୍ରାନନ୍ଦ ରାୟଗୁରୁ, ସରୋଜ କୁମାର ରାୟଗୁରୁ,ଅଞ୍ଜନ କୁମାର ଜୟସିଂହ, ବାସୁଦେବ ବରାଡ, ବିମ୍ବାଧର ସାହୁ, ହୃଷିକେଶ ବିଶ୍ୱାଳ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।