ବୋଲଗଡ,୧୨/୦୮(ପିପିଟି):ବୋଲଗଡ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଜଳ ଲାଗି କରିବା ପାଇଁ କାଉଡ଼ିଆ ଭକ୍ତ ମାନଙ୍କର ଭିଡ ଲାଗିଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ବାଙ୍କୋଇସ୍ଥିତ ସର୍ବମାନ୍ୟ ପୁରାତନ ମନ୍ଦିର ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ତାରେଶ୍ୱର ଦେବଙ୍କ ପୀଠ, ପାଟବଂନ୍ଧର ପଶ୍ଚିମେଶ୍ୱର ଦେବ ପୀଠ, ସାଗରଗାଁର ନୀଳକଣ୍ଠେଶ୍ଵର ଦେବ ଙ୍କ ପୀଠ, ତାଳତୁମ୍ବର ପଶ୍ଚିମେଶ୍ୱର ଦେବଙ୍କ ପୀଠ ଏବଂ ରାଜସୁନାଖଳାର ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ କାଉଡ଼ିଆ ମାନଙ୍କ ଆଜି ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ଭଗବାନ ଶିବଙ୍କୁ ଜଳାଭିଷେକ ଲାଗି ବୋଲବମ ଭକ୍ତଙ୍କ ଭିଡ଼ ଲାଗି ରହି ଥିଲା। ଏପରିକି ଭକ୍ତ ମାନେ ବିଭିର୍ଣ୍ଣ ନଦୀ, ମହାନଦୀ ତଟ ମାନଙ୍କରୁ ଜଳ ଉଠାଇ ଭକ୍ତିଭାବପୂର୍ଣ୍ଣ ଭାବେ ଶ୍ରଦ୍ଧାର ସହ ମାନସିକ ପୂରଣ ନିମନ୍ତେ ବିଭିନ୍ନ ଶୈବ ପୀଠ ପରିସର ରେ ପହଂଚିଥାନ୍ତି। ସେଠାର ପରିବେଶ ବହୁ ଭିଡ ଯୋଗୁଁ ଧାଡ଼ିରେ ଛିଡ଼ା ହୋଇ କାନ୍ଧରେ ବହନ କରି ଆଣିଥିବା ଜଳକୁ ପୂଜକଙ୍କ ଦ୍ୱାରା ପୁଜା ପାଠ କରି ଜଳ ଢାଳିଅଛନ୍ତି।ଯାହାକି ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ଚଳ ଚଞ୍ଚଳ ଲାଗିରହିଥିବା ପରିଲକ୍ଷିତ ହୋଇଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)