ବୋଲଗଡରେ ରହିଛି ବାପୁଙ୍କ ପାଦ ଚି଼ହ୍ନ।,ଅଞ୍ଚଳବାସୀଙ୍କ ପକ୍ଷରୁ ଭକ୍ତିକୃତ ପ୍ରଣାମ।

ବୋଲଗଡ, ୦୨/୧୦(ପିପିଟି): ଦେଶ ସ୍ୱାଧୀନରେ ବାପୁଙ୍କ ଭୂମିକା ଯୁଗ ଯୁଗକୁ ସ୍ମରଣୀୟ ହୋଇରହିଛି। ଇତିହାସର ପୃଷ୍ଠାରେ ବାପୁଙ୍କର ବିଭିନ୍ନ ଘଟଣାବଳି ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇରହିଛି l ଦେଶ ସ୍ୱାଧୀନପାଇଁ ସଚେତନତା ଉଦେଶ୍ୟରେ ରାଜ୍ୟର ବିଭିନ୍ନ ଅଂଚଳ ଗ୍ରସ୍ତ କରିଥିବାବେଳେ ବୋଲଗଡରେ ୧୯୨୭ ମସିହା ଡିସେମ୍ବର ୯ ତାରିଖ ବୁଧବାର ଦିନ ଠାରୁ ତିନି ଦିନ ଧରି ଅବସ୍ଥାନ କରି ସ୍ମରଣୀୟ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲେ। ଗାନ୍ଧୀଙ୍କ ଆହ୍ୱାନକ୍ରମେ ବୋଲଗଡ ବ୍ଲକ ଅଂଚଳରେ “କୁଟି ଖାଅ କାଟିପିନ୍ଧ ନାରା” ଦେଇଥିଲେ। ଗାନ୍ଧୀଙ୍କ ଆହ୍ବାନ କ୍ରମେ ବୋଲଗଡ ବ୍ଲକ ଅଂଚଳରେ ଖଦିକାରିଗରୀ ସଂଖ୍ୟା ବୃଦ୍ଧିପାଇବା ସହିତ ପରିବାର ଭରଣପୋଷଣରେ ପ୍ରମୁଖ ଜୀବିକା ମାଧ୍ୟ୍ୟମ ପାଲଟିଥିଲା। ଖଦି କାର୍ଯ୍ୟର ବିକାଶ ପାଇଁ ସର୍ବପ୍ରଥମେ ବୋଲଗଡଠାରେ ଅକ୍ଷିଳ ଭାରତ ଚରଖା ସଂଘର ଏକ ଶାଖା ଗଠନ କରାଯାଇଥିଲା। ସେତେବେଳେ ବୋଲଗଡର ଖଦି ବସ୍ତ୍ରର ଚାହିଦା ସାରା ଓଡିଶାରେ ସୁନାମ ଅର୍ଜନ କରିପାରିଥିଲା।ଗ୍ରସ୍ତ ସମୟରେ ଗାନ୍ଧୀଙ୍କ ମଦମୁକ୍ତ ଡାକରା, ସ୍ୱାବଲମ୍ବୀ, ସମାନତା, ଜାତିଭେଦ ଭାବ ଉପରେ ଜନସାଧାରଣମାନଙ୍କୁ ଆହ୍ୱାନ ଦେଇଥିଲେ l ଚୁଡା ଓ ମାଣିକାଗୋଡ଼ା ଗ୍ରାମରେ ହିନ୍ଦୁ ମୁସଲିମ ଭାଇଚାରାକୁ ଉଚ୍ଚ ପ୍ରଶଂସା କରିଥିଲେ। ଗାନ୍ଧୀଜୀ ବୋଲଗଡ ଠାରେ ସ୍ୱତନ୍ତ୍ର ସଭାରେ ବିଭିନ୍ନ ଆହ୍ୱାନ ସାହସୀ, ଧର୍ଯ୍ୟ, ଅଂହିସାନୀତି, ଶାନ୍ତ, ସରଳ, ନମ୍ର, ଭଦ୍ର ବକ୍ତବ୍ୟ ରହିଥିଲା। ଏହି ପ୍ରଭାବରେ ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟ,ସ୍ବର୍ଗତ ଗୁଲାବ ମୁସ୍ତା ଖାଁ, ସ୍ବର୍ଗତ ଜୟକୃଷ୍ଣ ମିଶ୍ର, ସ୍ବର୍ଗତ ପ୍ରତିତ ପାବନ ହୋତା, ସ୍ବର୍ଗତ ପର୍ଶୁରାମ ପଦତିକରାୟ, ସ୍ବର୍ଗତ ମଧୁସୂଦନ ମିଶ୍ର, ସ୍ବର୍ଗତ ରାମକୃଷ୍ଣ ମିଶ୍ର, ସ୍ବର୍ଗତ ସୁଦର୍ଶନ ମହାପାତ୍ର, ସ୍ବର୍ଗତ ଦାମୋଦର ମିଶ୍ର, ସ୍ବର୍ଗତ ଭଗବାନ ସାମନ୍ତସିଂହାର, ସ୍ବର୍ଗତ ଅର୍ଜୁନ ଫତେସିଂହ, ପ୍ରମୁଖ ଗାନ୍ଧିଜୀଙ୍କ ଆହ୍ୱାନରେ ପ୍ରଭାବିତ ହୋଇ କରାବରଣ ଭୋଗିଥିଲେ l ସ୍ୱାଧୀନତା ପାଇଁ ବୋଲଗଡ ରେ ଗାନ୍ଧୀଙ୍କ ପ୍ରଭାବ ବେଶ ପଡିଥିଲା l ଗାନ୍ଧୀଙ୍କ ଅବସ୍ଥାନର ପୂର୍ତ୍ତ ଉତ୍ସବ ବୋଲଗଡର ନନ୍ଦୀଘୋଷଠାରେ ପାଳନ କରାଯାଇଛି l ବୋଲଗଡରେ ବାପୁଙ୍କ ପାଦ ଚି଼ହ୍ନ ଯୁଗ ଯୁଗ ପାଇଁ ଅମର ହୋଇ ରହିଥିବ l ଆଜି ବାପୁ ସିନା ନାହାନ୍ତି କିନ୍ତୁ ମନେ ପଡୁଛି ସେଇ ରହଣୀର ଇତିହାସର ଘଟଣା ଏବଂ ଇତିହାସର ଫର୍ଦ ମୁକ ସାକ୍ଷୀ ପାଲଟିଛି। ଆଜିର ଜନ୍ମଦିବସରେ ବୋଲଗଡ ଅଂଚଳବାସୀଙ୍କ ପକ୍ଷରୁ ସତକୋଟି ଭକ୍ତିକୃତ ପ୍ରଣାମ ଜଣାଇଅଛନ୍ତି l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment