ବୋଲଗଡରେ ମହିଳା କଂଗ୍ରେସ ସମାବେଶ।

ବୋଲଗଡ଼ ୧୨/୦୫(ପିପିଟି): ଆସନ୍ତା ୨୫ ତାରିଖ ଦିନ ରଜ୍ୟର ସଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେଗୁନିଆ ବିଧନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଜେପି କଂଗ୍ରେସ ଦଳ ମଧ୍ୟରେ ପ୍ରଚାର ପ୍ରସାର ଘମାଘୋଟ ଚାଲିଛି। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ବୋଲଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ କର୍ମୀ ବୈଠକ କରାଯାଇ ଦଳୀୟ ପ୍ରାର୍ଥୀ ପୃଥିବଲ୍ଲଭ ପଟ୍ଟନାୟକଙ୍କୁ ଜିତାଇବା ପାଇଁ କର୍ମୀ ମାନେ ଦୃଢ଼ ସଂକଳ୍ପ ନେଇଛନ୍ତି। ରବିବାର ଦିନ ବୋଲଗଡ଼ ବ୍ଲକ ମହିଳା କଂଗ୍ରେସ ପକ୍ଷରୁ ସଦର ମହକୁମା ନିକଟସ୍ଥ ଭୁଇଆଁଣି ପୀଠ ଠାରେ ଏକ ସଭାର ଆୟାଜନ କରାଯାଇଥିଲା। ଏଥିରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉପରେ ଆଲୋଚନ କରାଯାଇଥିଲ। ସେଥି ମଧ୍ୟରୁ ଘରୋଇ ଉପଭକ୍ତା ମାନଙ୍କ ପାଇଁ ମାସିକ ୨୦୦ ୟୁନିଟ ବିଦ୍ୟୁତ ଛାଡ। ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା , ବେକାରୀ ଭର୍ତ୍ତି ୩ ହଜାର, ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ବ୍ୟାଙ୍କ୍ ଋଣ ଛାଡ। ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମହିଳାଙ୍କୁ ମାସିକ ଦୁଇ ହଜାର ଭର୍ତ୍ତି , ଚିଟଫଣ୍ଡ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଵା ଜମା କରୀଙ୍କୁ ୬ ମାସ ମଧ୍ୟରେ ସମସ୍ତ ଟଙ୍କା ଫେରାଇ ଦିଆଯିବା ନେଇ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ପାର୍ଥୀ ପୃଥୀ ବଲ୍ଲଭ ପଟ୍ଟନାୟକ, ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି, ସମିତିସଭ୍ୟା ପ୍ରତିନିଧି ସିଧର ଦତ୍ତ , ମହିଳା ନେତ୍ରୀ ଫତିମା, ବିଜୟ ମହାନ୍ତି, ନବ କିଶୋର ପଣ୍ଡା , ସନ୍ତୋଷ କୁମାର ପ୍ରଧାନ, ଭାସ୍କର ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୧୧ଟି ପଞ୍ଚାୟତର ବହୁ ମହିଳା କଂଗ୍ରେସ କର୍ମୀ ମାନେ ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment