ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ରଜନୀ ।

ଗୋପାଳପୁର,୦୬/୧୧(ପିପିଟି): ଗୋପାଳପୁର ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବ ହେଉଛି ଆମର ସଂସ୍କୃତି । ଆମ ସଂସ୍କୃତିକୁ ବଜାଇ ରଖିବା ହେଉଛି ଆମ କର୍ତ୍ତବ୍ୟ । ଭାରତ ବର୍ଷରେ ପ୍ରସିଦ୍ଧ ଲାଭ କରୁଛି ଆମ କଳା ସଂସ୍କୃତି । ବୋଇତ ବନ୍ଦାଣ ଉତ୍ସବ ର ତାତ୍ପର୍ଯ୍ୟ ବିଷୟରେ କହିଥିଲେ । ଏହି ଉତ୍ସବ ସୁନ୍ଦର ଭାବେ ଆୟୋଜନ କରିଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍,ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ହୁଳ ହୁଳି ଓ ପୁଚି ପ୍ରତିଯୋଗିତା ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । ବୋଇତ ବନ୍ଦାଣ ପୁସ୍ତକ ଏହି ମଞ୍ଚରେ ଉନ୍ମୋଚନ ହୋଇଥିଲା ।

ସାନ୍ଧ୍ୟ କାର୍ଯ୍ୟକ୍ରମର ଦ୍ୱିତୀୟ ରଜନୀରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ତେଲୁଗୁ ପାଲା, ଘଟ କଳସୀ ନୃତ୍ୟ,ରଣପା ନାଚ,ଓଡ଼ିଶୀ,କୁଚୂପୁଡ଼ି, ବିହୁ,ବାଘ ନାଚ ଆଦି ନୃତ୍ୟ ପରିବେଷଣ ହୋଇଥିଲା । ଓଡ଼ିଆ କଣ୍ଠ ଶିଳ୍ପୀ ସୁଗ୍ୟାନୀ ମହାପାତ୍ର,ଅନୁରାଗ ଦାସ ସଙ୍ଗୀତ ପରିବେଷଣ ଓ ଆର ଡି ଏକ୍ସ ଡ୍ୟାନସ୍ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ ।

Comments (0)
Add Comment