ବୋଇତ ବନ୍ଦାଣ ଉତ୍ସବରେ ସମୁଦ୍ରକୁ ବୁଲିବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଲା ।

ବାସୁଦେବପୁର,୧୫/୧୧: ଚୁଡାମଣି ଘାଟ ମୁହାଣରୁ ସମୁଦ୍ରକୁ ବୁଲେଇବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଛି। ଭଟା ଜୁଆର ପାଇଁ ବୋଟରେ ଥିବା ଶତାଧିକ ଯାତ୍ରୀ ୪ ଘଣ୍ଟା ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ, ଯୁବକ ଓ ଯୁବତୀ ରହିଛନ୍ତି। ପ୍ରଶାସନ ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଭଦ୍ରକ, ବାସୁଦେବପୁର ଅଗ୍ନିଶମ ବିଭାଗ ଲାଗିଥିବା ବେଳେ ତହସିଲଦାର ଉପସ୍ଥିତ ରହିଛନ୍ତି।

Comments (0)
Add Comment