ବେଳାଭୂମି ମହୋତ୍ସବରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାନିପୁଣତା ଦର୍ଶକଙ୍କୁ ବିମୋହିତ କରିଛି।

ଗୋପାଳପୁର,୨୫/୧୨(ପିପିଟି):ଗୋପାଳପୁର ବେଳାଭୂମି ମହୋତ୍ସବରେ ହଜାର ହଜାର ଦର୍ଶକ ପଲ୍ଲିଶ୍ରୀ ମେଳା ଠାରୁ ଆରମ୍ଭ କରି ବାଲୁକା କଳା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭରପୂର ମଜା ନେଉଛନ୍ତି। ସବୁଠାରୁ ଆକର୍ଷଣୀୟ କରୁଛି ବେଳାଭୂମି ମହୋତ୍ସବର ମୁଖ୍ଯ ମଞ୍ଚ ପଛ ପାର୍ଶ୍ବରେ ପ୍ରଦର୍ଶିତ ବାଲୁକା କଳା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଜ ହାତର ଜାଦୁରେ ଗଢି ଉଠିଥିବା ୭ଫୁଟ ଉଚ୍ଚତା ବିଶିଷ୍ଟ ଶାନ୍ତା କ୍ଲଜ୍। ୬୦ଫୁଟ ଚଉଡା ସ୍ଥାନରେ ନିର୍ମିତ ଏହି କଳାକୃତିରେ ୧.୫ ଟନ୍ ର ଟମାଟୋ ବ୍ଯବହୃତ ହୋଇଛି। ପବିତ୍ର ଖ୍ରୀଷ୍ଟ ମାସ ଅବସରରେ ଏହି ଶାନ୍ତା କ୍ଲଜ୍ ର ନିର୍ମାଣରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ୧୫ଜଣ ଛାତ୍ର ସହଯୋଗ କରିଛନ୍ତି। ଦୁଇ ଦିନ ଅକ୍ଲାନ୍ତ ପରିଶ୍ରମରେ ଏହି ଶାନ୍ତାକ୍ଲଜ୍ ପ୍ରସ୍ତୁତ ହୋଇଛି,ଯହାକି ବିଶ୍ବ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଏ।

Comments (0)
Add Comment