ବେଲପଡା ଠାରେ ଲଷ୍ମୀ ନୃସିଂହ ଯାତ୍ରା ଅନୁଷ୍ଠିତ ।

କୋଦଳା,୨୨/୦୫(ପିପିଟି):କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡ ଇନାମ ବେଲପଡା ଠାରେ ପୂଜାପାଉଥିବା ଲଷ୍ମୀନୃସିଂହ ମନ୍ଦିର ଠାରେ ମହାପ୍ରଭୁଙ୍କ ନୃସିଂହ ଚତୁର୍ଦ୍ଦଶୀ ଯାତ୍ରା ମହା ଆଡମ୍ବର ସହିତ ଗ୍ରାମର ଉତ୍ସାହି ଯୁବକ ଏବଂ ଗ୍ରାମ କମିଟିଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ସହିତ ଠାକୁରଙ୍କ ପୂଜାର୍ଚନା କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଗ୍ରାମରେ ପହଞ୍ଚି ଧାଡ଼ିବାନ୍ଧି ଦର୍ଶନ କରିବା ସହିତ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ବିଳମ୍ବିତ ରାତ୍ରରେ ମହାପ୍ରଭୁଙ୍କୁ ଗ୍ରାମ ପରିକ୍ରମା କରାଯାଇ ପୁଣି ମନ୍ଦିର ମଧ୍ୟରେ ପ୍ରବେଶ କରାଇଥିଲେ ଗ୍ରାମବାସୀ ।ସାରାଦିନ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆସୁଥିବା ଭକ୍ତଙ୍କୁ ଦୁଆରେ ପୂର୍ବକୁମ୍ଭ ବାଢି ସ୍ବାଗତ କରୁଥିଲେ ଗ୍ରାମର ମହିଳା ସଦସ୍ୟ ମାନେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment