ବାଲିଗୁଡା, ୧୯/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତର ସିମିଲିପଦର ନିକଟସ୍ଥ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀ ଜାନୁୟାରୀ ୫ ତାରିଖ ରେ ମୃତ୍ୟୁ ବରଣ କରିଥିବା ବେଳେ ଏହା ଲୋକ ଲୋଚନକୁ ନ ଆସିବା ଏବଂ ଏହାର ତଦନ୍ତ ପାଇଁ କୌଣସି ଅଧିକାରୀ ନ ଆସିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏହି ଘଟଣା ଜଙ୍ଗଲ ମଧ୍ୟରେ ନ ରହି ବାହାରକୁ ଆସିଲା। ସେଥିରୁ ଜଣାପଡ଼ିଲା ହାତୀ ଟିର ମୃତ ଦେହ ସେହି ସ୍ଥାନ ରେ ନ ରଖି ତାହାକୁ ଖଣ୍ଡ ଖଣ୍ଡ କରି ଜରୀ ଅଖା ରେ ଭର୍ତ୍ତି କରି ଏକ ପିକ୍ପପ ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ହାତୀ ମୃତ କୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ରଫା ଦଫା କରିବା ପାଇଁ ବନ ବିଭାଗର କିଛି ଅଧିକାରୀ ମସୁଧା କରୁଥିବା ଜଣାପଡିଛି । ଏ ନେଇ ତୁମୁଡିବନ୍ଧ ରେଞ୍ଜର ଙ୍କ ଠାରୁ ଆରମ୍ଭ କରି ବାଲିଗୁଡା ଡିଏଫଓ କେହିବି ଘଟଣା ସମ୍ପର୍କ ରେ ମୁହଁ ଖୋଲୁ ନାହାନ୍ତି କି ଅଭିଯୋଗ ପରେ ମଧ୍ୟ ଘଟଣା ସ୍ଥଳକୁ କେହିବି ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସମ୍ପର୍କ ରେ ଗଣ ମାଧ୍ୟମ ପ୍ରତିନିଧି ମାନେ ପଚାରିବା ପରେ ବେଲଘର ରେ ଡିଏଫଓ ଘନଶ୍ୟାମ ମହାନ୍ତ ଙ୍କ ସହ ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ବାଗ, ବେଲଘର ରେଞ୍ଜ ଅଫିସରେ ପହଞ୍ଚିଛନ୍ତି। ବେଲଘର ରେଞ୍ଜର ବିନୟ କୁମାର ବିଶି, ଫରେଷ୍ଟ ର ବୁଦ୍ଧଦେବ କହଁର କୁ ପଚରା ଉଚରା କରିଥିବା ଜଣାପଡିଛି । ତେବେ ତଦନ୍ତ କରି ଅଧିକାରୀ ମାନେ ଫେରିଛନ୍ତି। ତଦନ୍ତ ରିପୋର୍ଟ ରେ ହାତୀ ମୃତ ର ସତ୍ୟ ଖବର ଉପରୁ ପରଦା ହଟିବ ନା ମିଳି ମିଶି ଘଟଣା ନିଜ ଅଧିକାରୀ ଙ୍କୁ ବଞ୍ଚାଇ ଦିଆଯିବ ତାହାକୁ ନେଇ ଏବେ ଆଲୋଚନା ବିଷୟ ପାଲଟିଛି। ପରିବେଶବିତ କହିଛନ୍ତି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ରହିଛି। ନ ହେଲେ ନିଜ କର୍ମଚାରୀ ଡାହାଣୀ ନିଜ ଅଧିକାରୀ ଗୁଣିଆ ହୋଇ ଘଟଣା କୁ ଚାପି ଦିଆଯିବ। ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ