ବେଲଗୁଣ୍ଠା ସହରରେ ମେଗା ଚାରାରୋପଣ ଶୁଭାରମ୍ଭ ।

ବେଲଗୁଣ୍ଠା,୧୮/୦୬(ପିପିଟି);ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି । ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ବୃକ୍ଷ ରୋପଣ ଦ୍ୱାରା ସବୁଜ ପରିବେଶ ସୃଷ୍ଟି ହୋଇଥାଏ । ଏହି ସବୁଜ ପରିବେଶ ଆମକୁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଦେବାରେ ସହାୟକ ହୋଇଥାଏ ବୋଲି ସେ ବକ୍ତବ୍ୟ ପ୍ରଦାନ କରିଥିଲେ ।ବେଲଗୁଣ୍ଠା-ଭଞ୍ଜନଗର ରୋଡ୍ ବ୍ଳକ୍ ଛକ ରାସ୍ତାର ଦୁଇ ପାର୍ଶ୍ଵରେ ଆଜି ବୃକ୍ଷରୋପଣ କରାଯାଇ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଏଥି ସହିତ ବେଲଗୁଣ୍ଠା ସହରର ସମସ୍ତ ସ୍ଥାନରେ ଆସନ୍ତା କିଛି ଦିନ ମଧ୍ୟରେ ୬୦୦୦ ବୃକ୍ଷ ରୋପଣ କରାଯିବ ବୋଲି ପରିଷଦ ତରଫରୁ ସୂଚନା ମିଳିଛି ।କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର, ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାଃ ସରୋଜ ପ୍ରଧାନ, ଭଞ୍ଜନଗର ଏକ୍ସିସ୍ ବ୍ୟାଙ୍କ ପରିଚାଳକ ସ୍ୱୟଂ ପ୍ରକାଶ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ବେଲଗୁଣ୍ଠା ଏନ୍.ଏ.ସି ଏହି ମେଗା ବୃକ୍ଷ ରୋପଣରେ ଯେତେ ସଂଖ୍ୟକ ଗଛ ଲଗାଯିବ ସମସ୍ତ ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ନୀର୍ବାହ କରିବ ଏବଂ ଆଗାମୀ ଦିନରେ ଶତ ପ୍ରତିଶତ ଗଛ ଯେପରି ବଞ୍ଚି ରହିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment