ବେଲଗୁଣ୍ଠା ରେ ଜାତୀୟ କନ୍ୟାରତ୍ନ ସପ୍ତାହ ଦିବସ ପାଳିତ।

ବେଲଗୁଣ୍ଠା,୨୯/୦୧(ପିପିଟି);ଆଜି ବେଲଗୁଣ୍ଠା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆଇ.ସି.ଡି.ଏସ ତରଫରୁ ଜାତୀୟ କନ୍ୟାରତ୍ନ ସପ୍ତାହ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଆଇ.ସି.ଡି.ଏସ, କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯାଇଥିଲା, ରାଲିକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ର ପତାକା ଦେଖାଇ ରାଲିକୁ ସମ୍ବୋଧିତ କରିଥିଲେ ।ରାଲିରେ କିଶୋରୀ, ଅଙ୍ଗନାବାଡି କର୍ମୀ ଓ ଏସଏଚଜି ମହିଳା ମାନେ ଯୋଗଦେଇ ସଚେତନତା କରାଉଥିବା ଦେଖିବାକୁ ମିଳିଥିଲା । ସଚେତନତା ସଭାରେ ଏଥିରେ ସ୍ତାନୀୟ ଗୋଷ୍ଟି ଉନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ତହସିଲଦାର ସରୋଜ କୁମାର ବେହେରା, ଅନ୍ୟତମ ଅତିଥି ରୂପେ ସିଡିପିଓ ଗାୟତ୍ରୀ ମିଶ୍ର ଓ ମିଶନ ଶକ୍ତି ସଂଯୋଜକ ନିଲିମା କୁମାରୀ ପଣ୍ଡା ଯୋଗଦେଇଥିଲେ । ବିଶିଷ୍ଟ ସମାଜ ସେବୀ ସୁଳପାଣି ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ସଂଯୋଜକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment