ବେଲଗୁଣ୍ଠା,୨୮/୦୧(ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୯ ଜଣ ଅଭିଭାବକ ଅଂଶଗ୍ରହଣ କରି ଅନୁଷ୍ଠାନର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିବା ସହିତ ଯୁକ୍ତ ତିନି ପାଠ୍ୟକ୍ରମ ଖୋଲିବା ପାଇଁ ମତ ପ୍ରଦାନ କରିଥିଲେ । ସେହିପରି ଯୁକ୍ତ ଦୁଇ ଛାତ୍ରୀ ମାନଙ୍କ ପାଇଁ କିଛି ନୂତନ ବିଷୟରେ ଶିକ୍ଷା ଦାନର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଶିକ୍ଷା ଏବଂ ଶିକ୍ଷା ଆୟତନ ସମ୍ପର୍କରେ ନିଜର ମତାମତ ରଖିବା ସହିତ ରାଗିଙ୍ଗ୍ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରିଥିଲେ । ଅଧ୍ୟାପକ ରାଜେଶ୍ ନାରାୟଣ ଆୟାଙ୍ଗାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )