ବେଲଗୁଣ୍ଠା ବ୍ଳକ୍ରର ସମସ୍ତ କ୍ଲଷ୍ଟରରେ ଗଡ଼ିଲା ଶିକ୍ଷା ସଚେତନତା ରଥ ; ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସ୍ୱାଗତ ।

ବେଲଗୁଣ୍ଠା,୦୭/୦୪(ପିପିଟି):ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ଦୁଇ ତାରିଖରୁ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ଅଭିଭାବକ ଏବଂ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବ୍ଳକ୍ ର ପ୍ରତ୍ୟେକ ଗ୍ରାମରେ ଗଡ଼ୁଛି ଶିକ୍ଷା ସଚେତନତା ରଥ । ଏହି କ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ପ୍ରତିଭା ରଥଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିବା ଶିକ୍ଷା ସଚେତନତା ରଥ ଉଦ୍ଘାଟିତ ହୋଇ ବ୍ଳକ୍ ର ସମସ୍ତ ଏଗାରଟି କ୍ଲଷ୍ଟର୍ ର ଗ୍ରାମରେ ବୁଲି ସଚେତନ ବାର୍ତ୍ତା ପ୍ରଦାନ କରିଛି । ଆଜି ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ଏହି ସଚେତନତା ରଥ ଗାଙ୍ଗପୁରରେ ପହଞ୍ଚିବା ପରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଏହାକୁ ସ୍ୱାଗତ କରିଥିଲେ । ଏହା ସହ ପ୍ରତ୍ୟେକ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ସଚେତନ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଆଜି ଏହି ରଥକୁ ଗାଙ୍ଗପୁର, କ୍ଷତ୍ରିୟବରପୁର ଏବଂ ନୁଣିପଡ଼ା ଶାସନ କ୍ଲଷ୍ଟର୍ ର ୧୮ ଟି ବିଦ୍ୟାଳୟରେ ସ୍ୱାଗତ କରାଯାଇଥିଲା ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment