ବେଲଗୁଣ୍ଠା ବିଜେଡିର ନୂତନ କର୍ମକର୍ତ୍ତା ଚୟନ ।

ବେଲଗୁଣ୍ଠା,୨୪/୦୧(ପିପିଟି); ଜାମପୋଲି ସ୍ତିତ ମା ଝାଂକରେଇ ପୀଠରେ ବେଲଗୁଣ୍ଠା ବ୍ଲକ ବିଜେଡିର କର୍ମକର୍ତ୍ତା ଚୟନ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ଅଧିକାରୀ ଭାବେ ଶରତ କୁମାର ସ୍ୱାଇଁ ଯୋଗଦେଇ ରାଜ୍ୟ ବିଜେଡିର ନିର୍ବାଚନୀ ନିୟମାବଳୀ ପ୍ରକାଶ କରିବା ସହ ଆସନ୍ତା ୩ ବର୍ଷ ପାଇଁ ବିଭିନ୍ନ କମିଟି ପାଇଁ କର୍ମକର୍ତ୍ତା ଆହ୍ୱାନ କରିଥିଲେ । ସର୍ବ ସମିତି କ୍ରମେ ପ୍ରଶାନ୍ତ କୁମାର ନାୟକ ପୁଣି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ୬ ଜଣ ଉପସଭାପତି, ନିକୁଞ୍ଜ ବିହାରୀ ଖଣ୍ଡୁଆଳ ,ବଳରାମ ଖଟେଇ, କୁଞ୍ଜ ବିହାରୀ ମାହାନ୍ତି, ତ୍ରିଲୋଚନ ଜେନା, ମାଗତା ଦଳ ବେହେରା ଓ ପ୍ରକାଶ ଚନ୍ଦ୍ର ପାତ୍ର । ସେହିପରି ୬ଜଣ ସାଧାରଣ ସମ୍ପାଦକ ହେଲେ ଏସ ରାମେଶ୍ୱର ପାତ୍ର, ଟୁକୁନା ସାମଲ, ନାରାୟଣ ସ୍ୱାଇଁ,ତ୍ରିନାଥ ଗୋଛାୟତ ,ପତିନ୍ଦ୍ର ପରିଡା ଓ ଅମିତ କୁମାର ନାୟକ । ୬ଜଣ ସମ୍ପାଦକ ହେଲେ ,ସୀମାଞ୍ଚଳ ସ୍ୱାଇଁ, ବିଘ୍ନରାଜ ଗନ୍ତାୟତ, ପ୍ରମୋଦ କୁମାର ପ୍ରଧାନ, ଶରତ କୁମାର ସ୍ୱାଇଁ, ରଙ୍କନିଧି ପରିଛା ଓ ଦୀଲୀପ କୁମାର ଜେନା । କୋଷାଧ୍ୟକ୍ଷ ଭାବେ ଗୁରୁନାଥ ମାହାନ୍ତି ମନୋନୀତ ହୋଇଛନ୍ତି । ୩ ଜଣ ଜୋନାଲ ସଭାପତି ହେଲେ ୪୭ ନଂ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରଦ୍ୟୁମ୍ନ କୁମାର ପାତ୍ର, ୪୮ ନଂ ଜୋନ ପାଇଁ ରଙ୍କନିଧି ସ୍ୱାଇଁ ଓ ୪୯ ନଂ ଜୋନ ପାଇଁ ମାଲ ସାମଲ ମନୋନୀତ ହୋଇଛନ୍ତି । ଏହା ସହ ବ୍ଲକ ପାଇଁ ୧୮ ଜଣିଆ କାର୍ଯ୍ୟକାରୀ କମିଟି, ପ୍ରତେକ ଯୋନ ପାଇଁ ୧୮ ଜଣିଆ କାର୍ଯ୍ୟକାରୀ କମିଟି ଗଠିତ କରିଥିବା ଜଣାପଡ଼ିଛି । ନବୀନ ପଟ୍ଟନାୟକ ପୁଣି ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଆଗାମୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ତାନୀୟ ତହସିଲଦାରଙ୍କୁ ଅଭିନନ୍ଦନ ବାର୍ତ୍ତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବ୍ଲକର ବହୁ ସତପଞ୍ଚ ସମିତି ସଭ୍ୟ ଓ ପଞ୍ଚାୟତ ସ୍ତରୀୟ ନେତା ମାନେ ଉପସ୍ଥିତ ଥିଲେ । ବ୍ଲକ ର ମିଡିଆ ସେଲ ଦାୟିତ୍ୱ ଯୁବ ନେତା ବିଭୁପାଦ ଜେନା ମନୋନୀତ ହୋଇଥିବା ବେଳେ ସନ୍ତୋଷ କୁମାର ମାହାନ୍ତି, ଅରୁଣ କୁମାର ଗୁରୁ ଓ ମାଧବ ଆପଟକୁ ମିଡିଆ ସେଲ ଦାୟିତ୍ୱ ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment