ବେଲଗୁଣ୍ଠା ଥାନା ପରିସରରେ ବିଧାୟକ ଏଡିଜେ ଏବଂ ଉପଜିଲ୍ଲାପାଳଙ୍କ ମିଳିତ ବୃକ୍ଷ ରୋପଣ ।

ବେଲଗୁଣ୍ଠା,୦୪/୦୭(ପିପିଟି); ସ୍ଥାନୀୟ ଥାନା ପରିସରରେ ମୂଲ୍ୟବାନ ଏବଂ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଉପଖଣ୍ଡ ଆରକ୍ଷ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସମେତ ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରମଣି ସାମଲ, ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ଉଚ୍ଚନ୍ୟାୟାଳୟ ଆଇନଜୀବୀ ଓଁ ପ୍ରକାଶ ସାହୁ ଓ ଥାନାର କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଆଗାମୀ ଦିନରେ ଜନ ସଚେତନ କରାଇ ଏହାକୁ ବ୍ୟାପକ କରାଯିବର ଆବଶ୍ୟକ ଅଛି ବୋଲି ମତପ୍ରକାଶ କରିଥିଲେ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Comments (0)
Add Comment