ବେଲଗୁଣ୍ଠା,୨୧/୦୫(ପିପିଟି);ବେଲଗୁଣ୍ଠା ଥାନା ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି ।ଦୀର୍ଘ ଦିନର ପ୍ରତୀକ୍ଷା ପରେ ବେଲଗୁଣ୍ଠା ଫାଣ୍ଡି ୨୦୨୦ ଡିସେମ୍ବର ୩୦ ତାରିଖରେ ଥାନାରେ ରୁପାନ୍ତରିତ ହୋଇଥିଲା ।ଥାନା ହେବା ପରେ ପୁରୁଣା ଫାଣ୍ଡି ଅଫିସରେ ଥାନା କାର୍ଯ୍ୟ ଚାଲୁଥିଲା । ଆଜି ଆନୁଷ୍ଠାନିକ ଭାବେ ବେଲଗୁଣ୍ଠା ରୋଡ଼ରେ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୁତନ କୋଠାକୁ ସ୍ଥାନାନ୍ତରିତ ହୋଇଛି । ଆଜି ନୂତନ କୋଠାରେ ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ କରକମଳରେ ନୁତନ କୋଠା ପ୍ରତିଷ୍ଠା ପରେ ଥାନା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)