ବେଲଗୁଣ୍ଠା ଥାନାଧିକାରୀ ଭାବେ ଦାୟିତ୍ୱ ନେଲେ ପ୍ରକାଶ କୁମାର ସାହୁ ।

ବେଲଗୁଣ୍ଠା,୦୮/୦୫(ପିପିଟି), ବେଲଗୁଣ୍ଠା ଫାଣ୍ଡି ଥାନାରେ ପରିଣତ ହେବା ପରେ ତତ୍କାଳୀନ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପଦୋନ୍ନତି ପାଇ ବେଲଗୁଣ୍ଠା ଥାନାର ଥାନା ଅଧିକାରୀ ଭାବେ ଆନୁଷ୍ଠାନିକ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉ କି ବେଲଗୁଣ୍ଠା ଫାଣ୍ଡି ନୂତନ ଥାନା ଭାବେ ଡିସେମ୍ବର ୩୦ ତାରିଖରେ ଉଦ୍ଘାଟିତ ହେବା ପରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ବେଲଗୁଣ୍ଠା ଥାନଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ସବ୍ ଇନିସ୍ପେକ୍ଟରରୁ ଇନିସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ପ୍ରକାଶ କୁମାର ସାହୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନମ୍ବର ୮୭୫ ଅନୁଯାୟୀ ବେଲଗୁଣ୍ଠା ଥାନାରେ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଫାଣ୍ଡି ଅଧିକାରୀ ଭାବେ ବେଲଗୁଣ୍ଠା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ କରୋନା ପରିସ୍ଥିତି ମୁକାବିଲାରେ ଶ୍ରୀ ସାହୁ ବେଶ୍ ପ୍ରଶଂସା ସାଉଁଟି ଥିବା ବେଳେ ଆଗାମୀ ଦିନରେ ମଧ୍ଯ ବେଲଗୁଣ୍ଠା ଥାନା ଅଞ୍ଚଳର ଜନସାଧାରଣଙ୍କୁ ଆଇନ୍ ସୁରକ୍ଷା ଏବଂ ନିରାପତ୍ତା ଯୋଗାଇବାକୁ ପ୍ରାଥମିକତା ଦିଆଯିବବୋଲି ସେ ପ୍ରକାଶ କରିଛନ୍ତି ।ନିଜର ନୂତନ ଦାୟିତ୍ୱ ପାଇ ସେ ଉତ୍ସାହିତ ଥିବା ସହ ପ୍ରଥମ ପଦୋନ୍ନତି ବେଲଗୁଣ୍ଠାରୁ ହୋଇଥିବା ଯୋଗୁଁ ଶୁଭେଚ୍ଛୁ ମାନଙ୍କ ସୁଅ ଛୁଟିଛି। ବେଲଗୁଣ୍ଠା ବାସୀଙ୍କ ଆନ୍ତରିକତା ଏବଂ ମା ବ୍ରାହ୍ମଣଦେବୀଙ୍କ ଆଶୀର୍ବାଦ ଓ ଅଞ୍ଚଳ ବାସୀଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇଥିବା କଥା ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment