ବେଲଗୁଣ୍ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ।

ବେଲଗୁଣ୍ଠା,୧୬/୦୮(ପିପିଟି):ବେଲଗୁଣ୍ଠା ଅଞ୍ଚଳରେ ଅତି ଆନନ୍ଦ ଓ ଉତ୍ସାହ ର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।ଦେଶ ସ୍ୱାଧୀନ ପାଇବାର ୭୫ ତମ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବେଲଗୁଣ୍ଠା ବ୍ଳକର ସମସ୍ତ ପଞ୍ଚାୟତ ଓ ଏନ୍.ଏ.ସି ରେ ପ୍ରତ୍ୟେକ ଘର ମାନଙ୍କରେ ତ୍ରିରଙ୍ଗା ପତାକା ଉଡୁଥିବା ଲକ୍ଷ୍ୟ କରାଯାଇଥିଲା । ବେଲଗୁଣ୍ଠା ବଣିକ ସଂଘ ତରଫରୁ ଦେଶ ସ୍ୱାଧୀନତା ଲାଭ କରିବାର ୭୫ ତମ ପୁର୍ତି ଅବସରରେ ସଂଘର ସଦସ୍ୟ ମାନେ ୭୫ ମିଟର ଜାତୀୟ ପତାକା ଧରି ବେଲଗୁଣ୍ଠା ସହର ପରିକ୍ରମା କରିଥିଲେ ।ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ପତାକା ଉତ୍ତୋଳନ କରିଥିଲେ । ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଥାନାରେ ଥାନାଧିକାରୀ ପ୍ରକାଶ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ଓ ବ୍ଳକ ପଡିଆ ଠାରେ ନଗରପାଳ ଫିରୋଜ ସେଠୀ ଓ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଆଇନଜୀବୀ ସନ୍ତୋଷ ପଣ୍ଡା, ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର,ବଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶୁଭଶ୍ରୀ ପରିଡା,ଜାଲଖାଇ ବିଦ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ସୁଧୀର କୁମାର ଜେନା, ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ସମ୍ପାଦକ ମାଧବ ଚନ୍ଦ୍ର ଆପଟ,ଗୋବରା ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ନାୟକ,ଗାଙ୍ଗପୁର ଥାନା ଓ ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ଗାଙ୍ଗୁପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ପାଇଲିପଡା ଡାକ୍ତରଖାନା ରେ ଡ଼ା ସରୋଜ ପ୍ରଧାନ,ପାଇଲି ପଡା ସେବା ସମିତି କାର୍ଯ୍ୟାଳୟରେ ସଭାପତି ରବୀନ୍ଦ୍ର କୁମାର ପାତ୍ର,ବଡବୋର୍ ସିଂ ପଞ୍ଚାୟତରେ ସରପଞ୍ଚ ରାମେଶ୍ବର ପାତ୍ର, ବେଣୀପଲ୍ଲି ପଞ୍ଚାୟତ ରେ ସରପଞ୍ଚ ଦୂର୍ଗା ମାଧବ ନାୟକ, ନାଟେଙ୍ଗା ପଞ୍ଚାୟତ ରେ ସରପଞ୍ଚ ସୁପ୍ରଭା ଗୌଡ, ଗାଙ୍ଗପୁର ପଞ୍ଚାୟତ ରେ ସରପଞ୍ଚ ବାସନ୍ତୀ ଡାକୁଆ, ନାଟେଙ୍ଗା ସେବା ସମବାୟ ସମିତି ସଭାପତି ପ୍ରହଲ୍ଲାଦ ଲେଙ୍କା, କ୍ଷତ୍ରିୟ ବରପୁର ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମଣ ପଣ୍ଡା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment