ବେଲଗୁଣ୍ଠାରେ ପ୍ରଥମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ ।

ବେଲଗୁଣ୍ଠା,୧୯/୦୭, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରଥମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଞ୍ଝଗିରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଗଙ୍ଗାଧର ସ୍ଵାଇଁ,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ,ଏଫ୍ଏଲ୍ଏନ୍ ଶିକ୍ଷକ ପରମାନନ୍ଦ ନାୟକ ଦାଶରଥି ସେଠୀ, କାର୍ତ୍ତିକ ସେଠୀ, ଶିକ୍ଷୟିତ୍ରୀ ତୁଳସୀ ସ୍ୱାଇଁ,ସାନୁଜା ନାୟକ,ସିପ୍ରାସିନ୍ଧୁ ସ୍ୱାଇଁ, ଶୁଭଶ୍ରୀ ପଣ୍ଡା, ମିନି ସେଠୀ, ସ୍ମିତା ନାୟକ,ଦୀପା ପ୍ରଧାନ,କାଜଲ୍ ପ୍ରଧାନ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା,ବିଦ୍ୟା ପ୍ରବେଶ, ଜୁଲାଇ ମାସର ଶୈକ୍ଷିକ କ୍ଯାଲେଣ୍ଡର୍,ବିଦ୍ୟାଳୟର ସମୟ ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।  ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ, ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ ପ୍ରମୁଖ ବିଭିନ୍ନ କ୍ଲଷ୍ଟର୍ ପରିଦର୍ଶନ କରି ବୈଠକର ତଦାରଖ କରିଥିଲେ । ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ଯଥାକ୍ରମେ ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ ନାୟକ, ହରେକୃଷ୍ଣ ଶତପଥି, ସୁଧୀର କାନ୍ତ ତ୍ରୀପାଠୀ, ଅନନ୍ତ ସେଠୀ,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ, ଜିତେନ୍ଦ୍ର ସାହୁ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment