ବେଲଗୁଣ୍ଠାରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ।

ବେଲଗୁଣ୍ଠା, ୧୭/୦୧‍ (ପିପିଟି),ଶୁକ୍ରବାର ଦିନ ବେଲଗୁଣ୍ଠା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ସିଙ୍ଗାପୁରମ ହରି ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ଦାୟିତ୍ୱତେ ଥିବା କଳାକୃଷ୍ଣ ପ୍ରଧାନ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ହରି ପୂର୍ବରୁ ଗଞ୍ଜାମ ରେ ଡେପୁଟି କଲ୍ଲଟର ଭାବେ କାଯ୍ୟ କରୁଥିଲେ । ଏଠାରେ ଯୋଗ ଦେବାପରେ ବ୍ଲକ ର ସମସ୍ତ କର୍ମଚାରୀ ଶ୍ରୀ ହରିଙ୍କୁ ପୁଷ୍ପାଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ସମସ୍ତ ୧୮ ଟି ପଞ୍ଚାୟତ ର ଉନ୍ନତି ପାଇଁ ଧ୍ୟାନ ଦେବାସହ ସମସ୍ତଙ୍କ ସହଯୋଗରେ ବେଲଗୁଣ୍ଠା ବ୍ଲକ କୁ ଜିଲ୍ଲାର ଏକ ଅଗ୍ରଣୀ ବ୍ଲକ ଭାବେ ଗଢି ତୋଳିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment