ବେଲଗୁଣ୍ଠାରେ ଦେବଶିଳ୍ପୀଙ୍କୁ ଆବାହନ ।

ବେଲଗୁଣ୍ଠା,୧୭/୦୯(ପିପିଟି): ଆଜି ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ବେଲଗୁଣ୍ଠା ସହର ସମେତ ବ୍ଳକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ କରାଯାଇଛି । ବ୍ଳକର କ୍ଷତ୍ରିୟବରପୁର, କଣ୍ଟେଇପଲ୍ଲୀ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଦ୍ୟୁତ୍ ବିଭାଗ ତରଫରୁ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥିବା ବେଳେ ବେଲଗୁଣ୍ଠା ସ୍ଥିତ ବମ୍ବେ ଷ୍ଟିଲ୍,ଜନସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତ ପାନୀୟ ଜଳ ଯୋଗାଣ ବିଭାଗ, ନୀଳା ସାହୁ ରସ ଫ୍ୟାକ୍ଟି ସମେତ ବିଭିନ୍ନ ଗ୍ୟାରେଜ୍ ଏବଂ ୱାର୍କସପ୍ ରେ ମଧ୍ଯ ବିଧି ମୁତାବକ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଛି । ସେହିପରି ବେଲଗୁଣ୍ଠା ବ୍ଳକ୍ ର ଦୁଇ ପ୍ରମୁଖ ଶିଳ୍ପ ତାଲିମ୍ କେନ୍ଦ୍ରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମହା ଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳନ କରିଛନ୍ତି । କ୍ଷତ୍ରିୟବରପୁର ସ୍ଥିତ ମାଆ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଅଧ୍ୟକ୍ଷ ଦେବେଶ୍ ଆଚାର୍ଯ୍ୟ ଏବଂ ବେଲଗୁଣ୍ଠା ସ୍ଥିତ ସାଇ ଆଇଟିଆଇରେ ଅନୁଷ୍ଠାନ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ପୌରୋହିତ୍ୟରେ ଉତ୍ସାହ ଉଦ୍ଦୀପନାର ସହ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment