ବେଲଗୁଣ୍ଠାରେ ଘରକୁ ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ।

ବେଲଗୁଣ୍ଠା,୨୦/୦୫(ପିପିଟି);କରୋନା ଭାଇରସ୍ ର ଦ୍ୱିତୀୟ ଲହର ଭୟଙ୍କର ଭାବେ ସଂକ୍ରମିତ ହୋଇଚାଲିଛି । ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ପ୍ରତିଦିନ ୧୦୦୦୦ ଉପରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ୩୦୦ ଉପରେ ରହୁଛି । ଏହାକୁ ଗୁରୁତର ଭାବେ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଳାରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ହେବା ସହ ଅମ୍ଳଜାନ ସ୍ତର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଓ ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ଓ ଏନ୍.ଏ.ସି ରେ ଏହା ଆରମ୍ଭ ହୋଇଛି ।ବେଲଗୁଣ୍ଠା ବ୍ଳକ୍ ରେ ୧୮ ଟି ପଞ୍ଚାୟତ ଓ ବେଲଗୁଣ୍ଠାର ୧୩ ଟି ୱାର୍ଡ ମଧ୍ୟରୁ ଆଜି ବ୍ଳକ୍ ରେ ୪୪୩୪ ଜଣ ଓ ଏନ୍.ଏ.ସି ରେ ୧୩୩ ଘରେ ଥର୍ମାଲ୍ ସ୍କ୍ରିନିଂ ହେବା ସହ ଅମ୍ଳଜାନ ସ୍ତର ଯାଞ୍ଚ କରାଯାଇଛି ।ଯାହାର କୋଭିଡ୍ ଲକ୍ଷଣ ଅଛି କିମ୍ବା ଅମ୍ଳଜାନ ସ୍ତର ହ୍ରାସ ପାଇଛି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍ ପରୀକ୍ଷା ଏବଂ ଚିକିତ୍ସା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି । ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ନିଜେ ନେଟେଙ୍ଗା ପଞ୍ଚାୟତର ଦୁଇଟି ସାହିରେ ଉପସ୍ଥିତ ରହି ସଚେତନ କରାଇବା ସହ ଅମ୍ଳଜାନ ସ୍ତର ଯାଞ୍ଚ କରିଥିବା ପ୍ରକାଶ କରିଛନ୍ତି ।ଏଥିରେ ସମସ୍ତ ଆଶାକର୍ମୀ, ସରପଞ୍ଚ, ଏଏନ୍ଏମ୍ , ବେଲଗୁଣ୍ଠା ଏନ୍.ଏ.ସି କର୍ମଚାରୀ ପ୍ରମୁଖ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment