ବେଲଗାଁ ଗ୍ରାମ ପଞ୍ଚାୟତରେ ଜୋନାଲ୍ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା

ପୋଲସରା ,୩୦/୦୮(ପିପିଟି) :ପୋଲସରା ବ୍ଲକ୍ ବେଲଗାଁ ପଞ୍ଚାୟତରେ ଏକ ଦିବସୀୟ ଜୋନାଲ୍ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ବିଭାଗ ଏଵଂ ଗଂଜାମ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିଦ୍ଧେର୍ଶକ୍ରମେ ଚଳିତ ମାସ ୩୦ ତାରିଖ ଶନିବାର ଦିନ ପୋଲସରା ବ୍ଲକ୍ ବିଦ୍ୟାଳୟ କ୍ରୀଡା ସଙ୍ଗଠନ,ଗଂଜାମ ତରଫରୁ ଉକ୍ତ ପଞ୍ଚାୟତ ସ୍ଥିତ କନକଦୁର୍ଗା ବିଦ୍ୟାପୀଠ ମଧୁସୂଦନପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଅଞ୍ଚଳର ପ୍ରତିଷ୍ଠିତ ଗୋପବନ୍ଧୁ ହାଇସ୍କୁଲ ପୋଲସରାର ପ୍ରଧାନ ଶିକ୍ଷକ ସଙ୍କର୍ଷଣ ସଡଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସହିତ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ମୁଖ୍ୟଅତିଥି ଉକ୍ତ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ ଏଵଂ ସମ୍ମାନୀତ ଅତିଥିଭାବେ ଲିଙ୍ଗରାଜ ବାଳିକା ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ ଏବଂ ଉକ୍ତ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ମାର୍ଗଦର୍ଶନ ଏଵଂ କ୍ରୀଡାର ମହତ୍ବ ଉପରେ ନିଜନିଜର ସୁଚିନ୍ତିତ ମତ ପ୍ରକାଶ କରିବାସହ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ସଫଳତା କାମନା କରିଥିଲେ। ପରେ ଉକ୍ତ କନକଦୁର୍ଗା ବିଦ୍ୟାପୀଠ ସମେତ ଗୋପବନ୍ଧୁ ହାଇସ୍କୁଲ,ଲିଙ୍ଗରାଜ ବାଳିକା ହାଇସ୍କୁଲ୍, ବାଲୁକେଶ୍ୱର ହାଇସ୍କୁଲ୍ ପୋଲସରା, ବିଜ୍ଞାନ ମହାବିଦ୍ୟାଳୟ ପୋଲସରା, ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୋଲସରା, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏହି ଆଠଗୋଟି ଶିକ୍ଷାନୁଷ୍ଠାନରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀମାନେ ଉଚ୍ଚଡ଼ିଆଁ, ଲମ୍ବଡିଆଁ,ଦୌଡ଼,କବାଡି ଓ ଖୋଖୋ ଭଳି କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଯୋଗାସନ, କ୍ରିକେଟ୍ ଓ ଫୁଟବଲ ନିଜନିଜର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଶେଷରେ ଆଗାମୀ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ବିଚାରକ ମଣ୍ଡଳୀଙ୍କ ଦ୍ବାରା ପ୍ରଥମ ଏଵଂ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିବା ୧୩୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସଂପୂଣ୍ଣ କାର୍ଯ୍ୟକ୍ରମଟି ଚାରିଜୋନର ମୁଖ୍ୟ କ୍ରୀଡା ପରିଚାଳକ ଜ୍ଞାନ ରଂଜନ ଜାଲିଙ୍କ ନେତୃତ୍ୱରେ ହୋଇଥିବାବେଳେ ପ୍ରତିଯୋଗିତାରେ ଅ°ଶ ଗ୍ରହଣ କରିଥିବା ଶିକ୍ଷା ଅନୁଷ୍ଠାନ ଗୁଡିକର ପ୍ରହଲ୍ଲାଦ ସାହୁ, ରାଜ ଦୀପ ଡ଼ାକୁଆ ,ହରିହର ସାହୁ, ସିଦ୍ଧେଶ୍ୱର ପତି, ସନ୍ତୋଷ କୁମାର ପ୍ରଧାନ,ଦୀପକ ପ୍ରଧାନ,ସନ୍ଧ୍ୟା କୁମାରୀ ନାୟକ ପ୍ରମୁଖ ଶିକ୍ଷା/ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ସହଯୋଗ କରିଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ପ୍ରାୟ ୧୦ଗୋଟି ବିଭିନ୍ନ କ୍ରୀଡାଗୁଡ଼ିକୁ ସଂପୁକ୍ତ କରାଯାଇଥିବାବେଳେ ଏଥିରେ ୧୪ ବର୍ଷ ପର୍ଯ୍ୟନ୍ତ ଏଵଂ ୧୭ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହେଉଅଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment