ବେରୁଆବାଡ଼ି ଅଗ୍ନି ବିପନ୍ନଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ ।

ଭଞ୍ଜନଗର,୦୪/୦୮(ପିପିଟି): ବୁଧବାର ରାତିରେ ଭଞ୍ଜନଗର ବ୍ଳକ ଅଧୀନ ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୧୦ ବଖରା ଘର ଜଳ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ରେ ୪ ପରିବାରର ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ଜିନିଷ ଜଳି ପୋଡି ନଷ୍ଟ ହୋଇଛି। ଏ ନେଇ ଆଜି ଭଞ୍ଜନଗର ବିଜେପି ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ଏବଂ ଆଗମୀ ଦିନରେ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ, ଯୁବ ନେତା ତଥା ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଡ଼ି, ନୀଳ ମାଧବ ପାତ୍ର,ଶିବ ମହାପାତ୍ର,ସନ୍ତୋଷ ପାଳ ଓ ରବୀନ୍ଦ୍ର କୁମାର ଗୌଡ଼ ପ୍ରମୂଖ ଉପସ୍ଥିତ ରହି ଅଗ୍ନି ବିପନ୍ନ ପରିବାର ସହ ଆଲୋଚନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment