ବେଙ୍ଗସର ଗାଁ ରେ ଇସି ମେମ୍ବର ପଦବୀ ହଟାଇବା ପାଇଁ ମହିଳା ଦଳଙ୍କ ଦାବି ।

ବେଲଗୁଣ୍ଠା,୧୭/୦୯(ପିପିଟି) : ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କ କାର୍ଯ୍ୟ କୁ ସୁଗମ କରିବା ଉଦ୍ଧେଷ୍ୟରେ ପୂର୍ବତନ ସରକାର ପ୍ରତି ଗାଁ ରେ ଦୁଇ ଜଣ ମହିଳା ଙ୍କୁ ଇସି ମେମ୍ବର ନାଁ ରେ ଏକ ପଦବୀ ସୃଷ୍ଟି କରି ନିଯୁକ୍ତି ଦିଆଯାଇଛି । ଇସି ମେମ୍ବର ମାନଙ୍କ କୌଣସି ଭୂମିକା ନଥିବା ବେଳେ ପୂର୍ବତନ ସରକାର ଭୋଟ ହାତେଇବା ପାଇଁ ସେମାନଙ୍କୁ ବିନା କାରଣରେ ମାସିକ ଦରମା ପ୍ରଦାନ କରୁଛନ୍ତି । ମହିଳା ଦଳର ହିସାଵପତ୍ର ଲେଖିବା କାମ ପୂର୍ବରୁ ଦଳର ମହିଳା ମାନେ କରୁଥିଲେ ଏବେ ବି କରୁଛନ୍ତି । ଏଣୁ ଇସି ମେମ୍ବର ଙ୍କ କୌଣସି କାମ ନାହିଁ ଏଭଳି ଅଭିଯୋଗ ଆଣି ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଂଚାୟତ ବେଙ୍ଗସର ଗ୍ରାମର ୭ଟି ସ୍ୱୟଂସହାୟକ ଦଳ ର ମହିଳା ମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦାନ କରିବା ସହ ଏହି ପଦବୀକୁ ହଟାଯାଉ ବୋଲି ଦାବି କରିଛନ୍ତି । ଯଦି ଏହି ପଦବି ରଖାଯିବ ତେବେ ମହିଲା ଦଳର ପ୍ରତି ସଦସ୍ୟ ଙ୍କୁ ଇସି ମେମ୍ବର ଭାବେ ବିଚାର କରି ସମସ୍ତଂକୁ ମାସିକ ଏକ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରି ଗଣମାଧ୍ୟମ ସମ୍ମୁଖରେ ସରକାରଙ୍କ ଉଦ୍ଧେଷ୍ୟରେ ଏକ ଦାବି ଜଣାଇଛନ୍ତି । ଯଦି ସରକାର ଏହି ପଦବୀ ନ ହଟାଇବେ ଆଗାମୀ ଦିନରେ ଏହାକୁ ନେଇ ବ୍ଲକ ସ୍ତରୀୟ ବଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment