ବେଗୁନିଆ ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ।

ବୋଲଗଡ଼ ,୧୬/୦୮(ପିପିଟି);ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଆବାହକତ୍ଵରେ ବ୍ଲକ ନିକଟସ୍ଥ ଷ୍ଟାଡିଅମ ପଡ଼ିଆରେ ଅନୁଷ୍ଠିତ ବ୍ଲକ ସ୍ତରୀୟ  ୭୫ ତମ ସ୍ୱାଧୀନତା ଦିବସ ସମାରୋହରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ରକୁମାର ସାହୁ ପତାକା ଉତ୍ତୋଳନ କରିଥିଲେ ।ଏହି ଉତ୍ସବରେ ଥାନା ଅଧିକାରୀ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ,ବ୍ଲକ ଅଧ୍ୟକ୍ଷ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।ସେହିପରି ବେଗୁନିଆ ମିଡିଆ ହାଉସ ଏବଂ କେନ୍ଦ୍ରୀୟ ମାନବଧିକାର କମିଶନ ବେଗୁନିଆ ଶାଖାର ମିଳିତ ଉଦ୍ୟମରେ ଶାଖା କାର୍ଯ୍ୟାଳୟରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ପତାକା ଉତ୍ତୋଳନ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ହାଡୁବନ୍ଧୁ ମହାପାତ୍ରଙ୍କ ଆବାହକତ୍ଵରେ କଂଗ୍ରେସ ଭବନରେ ବିଧାୟକ ପ୍ରାର୍ଥୀ ପ୍ରଦୀପକୁମାର ସାହୁ ପତାକା ଉତ୍ତୋଳନ କରିଥିଲେ।ବ୍ଲକ ଅଧ୍ୟକ୍ଷ ଜାନକୀ ସ୍ୱାଇଁ ଏବଂ ବେଗୁନିଆ ଥାନାରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ପତାକା ଉତ୍ତୋଳନ କରିଥିଲେ ବୀଣାପାଣି କ୍ଲବ ଏବଂ ପାଠାଗାରରେ ସଭାପତି ପ୍ରଭାତକୁମାର ପ୍ରହରାଜ ପତାକା ଉତ୍ତୋଳନ କରିଥିଲେ ।ଏଥି ସହିତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ସହିତ ବିଭିନ୍ନ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।

ରିପୋର୍ଟ-(ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment