ବେଗୁନିଆ ବ୍ଳକ ଅଞ୍ଚଳରେ ଡକାୟତି।

ବୋଲଗଡ଼,୦୪/୦୩(ପିପିଟି); ବେଗୁନିଆ ଠାରେ ଏକ ଡକାୟତି ଘଟିଛି । ଗତ ସନ୍ଧ୍ୟା ୧୦ ଟା ୩୦ ରେ ବେଗୁନିଆ ର ତହସିଲ କର୍ମଚାରୀ ରମେଶ ଚନ୍ଦ୍ର ଦଳେଇଙ୍କ ଘରେ ଚୋରି ହେଇଛି । ସୂଚନାଯୋଗ୍ୟ କି ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଓ ଟିୟୁସନ ଶିକ୍ଷକ ମନୋଜ ପାତ୍ର ରମେଶ ଦଳେଇଙ୍କ ପୁଅକୁ ଟିୟୁସନ କରୁଥିବାବେଳେ କିଛି ଦୁର୍ବୃତ୍ତ ମାନେ ଜବରଦସ୍ତ ରମେଶ ଦଳେଇଙ୍କ ଘରେ ପଶି ଚୋରି କରିବା ଆରମ୍ଭ କରିଥିଲେ । ଏଥିରେ ଟିୟୁସନ ର ଶିକ୍ଷକ ମନୋଜ ପାତ୍ର ବାଧା ଦେବାରୁ ଚୋର ମାନେ ଧମକ ଦେବାସହ ମାଡ଼ ମଧ୍ୟ ମାରିଥିଲେ ଏବଂ ଜୀବନରୁ ମରିଦେବାର ଧମକ ଦେଇଥିଲେ ବୋଲି ରମେଶ ଦଳେଇ କହିଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ । ଏ ଖବର ପାଇ ବେଗୁନିଆ ଥାନାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ -(ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment