ବେଗୁନିଆ ବୋଲଗଡ ବ୍ଳକର ଆଦିବସୀ ସମାଜ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ।

ବୋଲଗଡ଼,୨୯/୦୭(ପିପିଟି):ଭାରତ ବର୍ଷର ପ୍ରଥମ ନାଗରିକ ଆଦିବାସୀ ଜନ ଜାତିର ମହିଳା ଦ୍ରୌପଦୀ ମୁର୍ମୁ ଓଡିଶାରୁ ଆଜି ରାଷ୍ଟ୍ରପତି ହୋଇଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳି ଯାଇଛି। ସ୍ୱାଧୀନତା ୭୫ତମ ବର୍ଷରେ ଓଡ଼ିଆ ଓ ଓଡ଼ିଶା ବାସୀ ଙ୍କୁ ବଡ଼ ସମ୍ମାନ। ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ତରଫରୁ ଧନ୍ୟବାଦ୍।ସେହି ପରିପେକ୍ଷୀରେ ଆଜି ବୋଲଗଡ଼ ବେଗୁନିଆ ବ୍ଳକର ଆଦିବାସୀ ସମାଜର ଭାଇ ଭଉଣୀ ମାନେ ବୋଲଗଡ ବ୍ଳକ ଅନ୍ତର୍ଗତ ତାଳତୁମ୍ବ ଗ୍ରାମର ପଶ୍ଚିମେଶ୍ୱର ମନ୍ଦିର ପରିସର ରେଏହାକୁ ଧୁମ ଧାମ ରେ ପାରମ୍ପରିକ ନାଚ,ବାଣ, ପରଷ୍ପର ମିଷ୍ଟାନ୍ନ ବଣ୍ଟନ କରି ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ କବିର ନାୟକ, ବାଳକୃଷ୍ଣ ନାୟକ ତତ୍ୱବଧାନରେ ହୋଇଥିଲା,ଆଦିବାସୀ ସମାଜର ଶତାଧିକ ଆଦିବାସୀ ଓ ବହୁ ପୁରୁଖା ଆଦିବାସୀ ମୂଖ୍ୟମାନଙ୍କ ସହିତ ଯୁବକ ,ଯୁବତୀ ,ମହିଳା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭିକାରୀ ସାହୁ, ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲାସମ୍ପାଦକ ଅକ୍ଷୟ ରାଉତରାୟ ତଥା ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।ତତ୍ ସହିତ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ପତ୍ର ଲେଖି ପଠାଇବା ପାଇଁ ଭାଷଣ ରେ କହିଥିଲେ । ପରିଶେଷରେ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment