ବେଗୁନିଆପଡା ମେଡିକାଲରେ ବିଧାୟିକାଙ୍କ ଦ୍ୱାରା ସମର୍ପିତ ହେଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ ।

କୋଦଳା,୦୩/୦୧(ପିପିଟି); ରବିବାର ବେଗୁନିଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ମାନନୀୟ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳ ରେ ହୋଇଯାଇଛି ।ବେଗୁନିଆପଡ଼ା ବ୍ଲକ ଅଧିନରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ସେଥିମଧ୍ୟରୁ ବେଗୁନିଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ୧୫ ଟି ପଞ୍ଚାୟତ ନିର୍ଭର କରୁଛି । ଜରୁରୀ କାଳୀନ ସମୟରେ ଖଲ୍ଲିକୋଟ କିମ୍ବା କୋଦଳାରୁ ଆମ୍ବୁଲାନ୍ସ ଆସି ରୋଗୀ ସେବା କରୁଥିବା ନଜିର ରହିଛି ।ଦୀର୍ଘଦିନରୁ ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଏହି ଅଞ୍ଚଳକୁ ଏକ ୧୦୮ ଆମ୍ବୁଲାନ୍ସ ଜରୁରୀ ଥିବାନେଇ ବହୁ ସମାଜସେବୀ ଓ ପଞ୍ଚାୟତ ପ୍ରତିନିଧି ଦାବି କରି ଆସୁଥିବା ବେଳେ ବିଧାୟିକାଙ୍କ ପ୍ରଚେଷ୍ଟାରେ ରବିବାର ଏହା ସଫଳ ହୋଇଥିଲା । ତେବେ ବର୍ତମାନ ଏହି ଆମ୍ବୁଲାନ୍ସ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଭାବେ ମିଳିଥିବାରୁ ଅତ୍ଯାବଶ୍ଯକୀୟ ତଥା ଜରୁରୀ କାଳୀନ ସେବା ତୁରନ୍ତ ମିଳିପାରିବ ବୋଲି କହିଛନ୍ତି ଅଞ୍ଚଳବାସୀ। ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଅବସରରେ ବେଗୁନିଆପଡ଼ା ବିଡ଼ିଓ ବେଦବର ପ୍ରଧାନ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସଂଜୟ ସାହୁ ଓ ଆଦିତ୍ୟ ପ୍ରସାଦ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ସମାଜସେବୀ ଗୋପବନ୍ଧୁ ସାହୁ ସମେତ ବହୁ ବ୍ଯକ୍ତି ବିଶେଷ ଉପସ୍ଥିତ ଥିବା ଜଣାପଡିଛି ।

Comments (0)
Add Comment