ବେଗୁନିଆପଡା ବ୍ଲକ ବଡ ଗୁଡ଼ିଆଳି ଠାରେ ବିପନ୍ନଙ୍କୁ ଖାଦ୍ୟ ପରଷିଲେ ଜିଲ୍ଲାପାଳ।

ବେଗୁନିଆପଡା,୨୦/୧୧(ପିପିଟି ):ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତର ବଡ଼ ଗୁଡ଼ିଆଳି ଗ୍ରାମ ଭିତରେ ପାଣି ପଶିବା ଯୋଗୁଁ ଲୋକ ଜଳବନ୍ଦୀ ଅବସ୍ଥାରେ ଥିଲେ। ସେଠାରୁ ବ୍ଲକ ପ୍ରଶାସନ ଲୋକଙ୍କୁ ଆଶ୍ରୟ ସ୍ଥଳୀଙ୍କୁ ଆଣିବା ପରେ ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧଯାଇଥିଲା। ଆଜି ରାତିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ସେଠାରେ ପହଞ୍ଚି ଲୋକଙ୍କୁ ଖାଦ୍ୟ ପରଷିବା ସହ ନିଜେ ସେମାନଙ୍କ ସହ ଖାଦ୍ୟ ଖାଇଥିଲେ। ତାଙ୍କ ସହ ବେଗୁନିଆପଡା ବିଡ଼ିଓ ସୁନୀଲ କୁମାର ସାମନ୍ତ, ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣା, ବ୍ଲକ ଉପାଧ୍ୟାକ୍ଷ ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment