ବେଗୁନିଆପଡା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

ନେଗୁନିଆପଡା,୨୬/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମଙ୍ଗଳବାର ଦିନ ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭାରପ୍ରାପ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସସ୍ମିତା ଶତପଥି , ଏ ଵି ଡି ଓ ନିରଞ୍ଜନ ବେହେରା,ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଵି ଏସ ଏସ ଓ ଦୁର୍ଗା ପ୍ରସାଦ ପଣ୍ଡା ଏହି ଶିବିର ରେ ଯୋଗଦେଇ ଶିବିରର ଉଦ୍ଦେଶ୍ୟ, ସରକାରଙ୍କ ଯୋଜନା,ପାଇବାର ନିୟମାବଳୀ ଉପରେ ଆଲୋକପାତ କରିଥିଲେ। ଆଜିର ଶିବିର ରେ ୧୯୭ ଜଣ ପଞ୍ଜିକରଣ କରିଥିବା ବେଳେ ୧୦ ଜଣଙ୍କୁ ଭତ୍ତା, ହ୍ଵିଲ ଚେୟାର ୨ଜଣ, ବ୍ଲାଇଣ୍ଡ ଷ୍ଟିକ ଜଣଙ୍କୁ, ବସ ରିହାତି ଜଣଙ୍କୁ ପ୍ରଦାନ କରାଯାଇଥିଵା ଵି ଏସ ଏସ ଓ ଶ୍ରୀପଣ୍ଡା ଅପରାହ୍ନ ୩ ଘଣ୍ଟ ସମୟରେ ସୂଚନା ଦେଇଥିଲେ । ମେଡିକାଲ ଷ୍ଟାଫ, କନିଷ୍ଠ ଯନ୍ତ୍ରୀ,  ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଇଓ, ଵି ଏଫ ଟି, ଜନପ୍ରତିନିଧି ଓ ବ୍ଲକ କର୍ମଚାରୀ ଏମ ଵି କେ,ସି ଆର ପି, ଅଗ୍ନିଶମ ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment