ବେଗୁନିଆପଡା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ।

କୋଦଳା,୧୨/୦୬(ପିପିଟି): ବେଗୁନିଆପଡା ବ୍ଲକ ପରିସରରେ ମହିଳା ଗୋଷ୍ଠୀଙ୍କ ଦ୍ୱାରା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଉଦଘାଟନ କରିଥିବା ବେଳେ ଆମ ଶରୀର ପାଇଁ ପାରମ୍ପରିକ ଖାଦ୍ୟ ନିଶ୍ଚିତ ଆବଶ୍ୟକ ରହିଛି ବୋଲି କହିଥିଲେ। ଏହି ପ୍ରତିଯୋଗିତାରେ ବେଗୁନିଆପଡା ବିଡ଼ିଓ ସସ୍ମିତା ଶତପଥୀ, ଅତିରିକ୍ତ ବିଡ଼ିଓ ନିରଞ୍ଜନ ବେହେରା,ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,ଭାରପ୍ରାପ୍ତ ସିଡ଼ିପିଓ ଲଳିତା ମଲ୍ଲିକ,ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ମହିଳା ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ପିଠା,ଲେମନ ଭାତ ସାଙ୍ଗକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିଥିଲେ। ପରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା ଓ କିଛି ଉପଭୋକ୍ତାଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ତତ ସହିତ କେନ୍ଦ୍ରରେ ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ସହ ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିକାଶ ବାହାନକୁ ବିଧାୟକ ଶୁଭାରମ୍ଭ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment