ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସମେତ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ ।

ବେଗୁନିଆପଡା ,୧୫/୦୯(ପିପିଟି): ପବିତ୍ର ଗଣେଶ ପୂଜା ଅବସରରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ର ବିଭିନ୍ନ ସ୍ଥାନରେ ଅଗ୍ରପୁଜ୍ୟ ଶ୍ରୀ ଗଣେଶଙ୍କ ମେଢ଼ ପୂଜା ପାଉଥିବା ଦେଖିବାକୁ ମିଳିଛି l ଏହି ପବିତ୍ର ଓ ପାବନ ଦିବସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ମାନେ ଆନନ୍ଦଉଲ୍ଲାସରେ ଠାକୁରଙ୍କୁ ଭୋଗଲଗାଇ ପୂଜାର୍ଚନା କରୁଥିବା ବେଳେ ଗାଁ ଗହଳି, ବଜାର, ବିଭିନ୍ନ ସଙ୍ଘ ଏବଂ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ମାନେ ସୁସଜ୍ଜିତ ମେଢ଼, ସୁନ୍ଦର ଆଲୋକ ଏବଂ ନୂତନ ବସ୍ତ୍ର ସାହାଯ୍ୟରେ ଠାକୁରଙ୍କୁ ସଜେଇ ଅତ୍ୟନ୍ତ ଧାର୍ମିକ ପରିବେଶରେ ଧୂମଧାମ ସହ ପାଳନ କରିଛନ୍ତି ଗଣେଶ ପୂଜା l କୋଦଳା ଏନଏସି ର ପଣ୍ଡା ସାହି, ଖଲାଡି ସାହି, ଗୋଲାସାହି, କଲେଜ ରୋଡ, ଭାଇଗାସାହି, ଗୌରାଦେଇପୁର, ବସଷ୍ଟାଣ୍ଡ, ହରିଜନ ସାହି, ଖଡୁରା ସାହି, ନୁଆସାହି, ବଡଦାଣ୍ଡ ସାହି, ଗଣେଶ ଯୁବକ ସଙ୍ଘ, ସମେତ ଫାସି, ଦିଗାପଡା, ମଠସରସିଙ୍ଗି, ବେରୁଆଁବାଡ଼ି, କାଳିମେଘି, ସାନଉସ୍ତାପଡ଼ା, ବେଗୁନିଆପଡା, ମଠ ବରିଡା, କେ ବରିଡା, ଦେଉଳିଆପଡା, ସାଙ୍କୁଡ଼ା, ଅଙ୍ଗାର ଗାଁ, ବଡ ଖଇରଖମା, ସୁମଣ୍ଡଳ, ବୁରୁଝରୀ, ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ ମର୍ଦ୍ଦମେଖ, ଘୋଡାପଡା, ତାଳସର, ଷଣ୍ଢମୂଳ, ଚନ୍ଦନପୁର ଏବଂ କୁମ୍ଭାରଗାଁ ଆଦି ପଞ୍ଚାୟତର ସମସ୍ତ ସ୍କୁଲ, କଲେଜ, ଅନୁଷ୍ଠାନ ଓ ସାହି ମାନଙ୍କରେ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ ଯୁବକମାନେ ଧୂପ, ଦୀପ, ଅର୍ଘ୍ୟ ଦେଈ ଅଗ୍ରପୁଜ୍ୟଙ୍କ ଆଶୀର୍ବାଦ ଜାଚନା କରିଥିଲେ l ଏହି ଅବସରରେ ସମସ୍ତ ପୂଜସ୍ଥଳରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l କଲେଜରୋଡ ପୂଜା ମଣ୍ଡପ ଠାରେ ଆକର୍ଷଣୀୟ ତୋରଣ ସହିତ ଆଲୋକ ସଜ୍ଜା ଶୋଭା ପାଉଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment