ବେଗୁନିଆପଡା ବ୍ଲକରେ A1 ରେ ୭ ଜଣ କୃତକାର୍ଯ୍ୟ, କୀର୍ତ୍ତିକା ପ୍ରିୟଦର୍ଶିନୀ ସେନାପତି ବ୍ଲକ ଟପ୍ପର ।

ବେଗୁନିଆପଡା ୦୩/୦୫(ପିପିଟି):ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ବେଗୁନିଆପଡା ବ୍ଲକରୁ ୭ ଜଣ ବିଦ୍ୟାର୍ଥୀ A1 ରେ ପାସ ହୋଇ କୃତିତ୍ୱ ହାସଲ କରିଥିବା ବେଳେ ଦିଗାପଦା ସ୍ଥିତ ଲଙ୍ଗଳେଶ୍ୱର ହାଇସ୍କୁଲରୁ କୀର୍ତ୍ତିକା ପ୍ରିୟଦର୍ଶିନୀ ସେନାପତି ୫୬୨ ନମ୍ବର ରଖି ବେଗୁନିଆପଡା ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ହାଇସ୍କୁଲରୁ ଅର୍ଚ୍ଚିତା ପାଢ଼ୀ ୫୫୯,ଲିପ୍ସା ନାୟକ ୫୫୪,ସାତନଳ ସ୍ଥିତ କୁମୁଦିନୀ ବିଦ୍ୟାପୀଠରୁ ପ୍ରାଚୀ ପ୍ରଜ୍ଞା ପଣ୍ଡା ୫୪୮,ସଙ୍ଗମ ବେହେରା ୫୪୦,ଦିଗାପଡ଼ା ସ୍ଥିତ ଲଙ୍ଗଳେଶ୍ୱର ହାଇସ୍କୁଲରୁ ଅନ୍ୟତମ ଛାତ୍ର ସୁମନ ପ୍ରଧାନ ୫୪୩ ଏବଂ ତାଳସର ହାଇସ୍କୁଲରୁ ଆଦୁସ୍ମିତା ଭୂୟାଁ ୫୪୦ ନମ୍ବର ରଖି ଗ୍ରେଡ଼ A1 ରେ କୃତିତ୍ୱ ହାସଲ କରିଛନ୍ତି । ବେଗୁନିଆପଡା ବ୍ଲକରେ ପାସ ହାର ୯୪ ପ୍ରତିଶତ ରହିଛି।

Comments (0)
Add Comment