ବେଗୁନିଆପଡା ବ୍ଲକରେ ୩ ସମିତି ସଭ୍ଯ,୨ ସରପଞ୍ଚ ଓ ୧୭୮ ୱାର୍ଡ ସଭ୍ଯ ଅପ୍ରତିଦ୍ବନ୍ଦୀ।

କୋଦଳା,୨୭/୦୧(ପିପିଟି):ଚଳିତ ପଞ୍ଚାୟତ ନିର୍ବାଚନରେ ବେଗୁନିଆପଡା ବ୍ଲକରେ ୩ ସମିତିସଭ୍ଯ, ୨ ସରପଞ୍ଚଓ ୧୭୮ ୱାର୍ଡସଭ୍ଯ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ବେଗୁନିଆପଡା ବ୍ଲକର ବେରୁଆଁବାଡି, କାଳିମେଘି ଓ ସୁମଣ୍ଡଳ ପଞ୍ଚାୟତରେ ସମିତିସଭ୍ଯ ମାନେ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ ଚନ୍ଦନପୁର ଓ କୁମ୍ଭାର ଗାଁ ପଞ୍ଚାୟତରେ ସରପଞ୍ଚ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ବେଗୁନିଆପଡା ବ୍ଲକରେ ୩୨୮ ୱାର୍ଡ ରହିଥିବା ବେଳେ ପୁରୁଷ ଭୋଟର ୫୬୨୨୮, ମହିଳା ଭୋଟର ୪୯୯୪୭ ଓ ଅନ୍ଯ ୧୩ ରହିଥିବା ଜଣା ପଡିଛି। ବେଗୁନିଆପଡା ବ୍ଲକରେ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ଯରେ ପ୍ରାୟତଃ ଲଢେଇ ହେବ। ବିଜେପି, କଂଗ୍ରେସ ଓ ସିପିଆଇ ପଞ୍ଚାୟତ ସ୍ତରରେ ପ୍ରାର୍ଥୀ ସଠିକ ଢଙ୍ଗରେ ଦେଇ ପାରି ନାହାଁନ୍ତି। ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଉପରେ ଗୁରୁତ୍ବ ଦେଉଥିବା କୁହାଯାଉଛି। କଂଗ୍ରେସ କିଛିଟା ପ୍ରାର୍ଥୀ ଦେଇ ଥିବା ବେଳେ କମ୍ଯୁନିଷ୍ଟ ନେତା ମାନଙ୍କ ସମ୍ପର୍କିୟ ମାନେ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିଜେଡିର ନେତୃତ୍ବ ବିଧାୟିକା ଲତିକା ପ୍ରଧାନ ନେଉଥିବା ବେଳେ ବିଜେଡିର ଛାୟା ଗୋଷ୍ଠୀର ନେତୃତ୍ବ ମାୟା(ଛଦ୍ମ ନାମ) ନେଉଛନ୍ତି। ବର୍ତ୍ତମାନ ବିଜେଡିର ୩ ସମିତିସଭ୍ଯ ଓ ୨ ସରପଞ୍ଚ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି।

Comments (0)
Add Comment