ବେଗୁନିଆପଡା ବ୍ଲକରେ ୧୦୫ ତମ ବିଜୁ ଜନ୍ମଜୟନ୍ତୀ ଓ ପଞ୍ଚାୟତି ରାଜ ଦିବସ ପାଳିତ ।

କୋଦଳା,୦୫/୦୩(ପିପିଟି); ବିଜୁ ପଟ୍ଟନାୟକଙ୍କୁ କିଏ କହେ ତାଙ୍କୁ କଳିଙ୍ଗ ବୀର, ଆଉ କିଏ କହେ ଇଣ୍ଡୋନେସିଆ ର ଭୂମିପୁତ୍ର, କିଏ କହେ ଝଡ଼ର ଈଗଲ ତ ଆଉ କିଏ କୁହେ ଦୁର୍ଦ୍ଦଶ ପାଇଲଟ । ଏମିତି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରା ଓଡିଶା ପାଳୁଛି ମାର୍ଚ୍ଚ ୫ ପଞ୍ଚାୟତି ରାଜ ଦିବସ । ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ସାଧାରଣ ଲୋକଙ୍କ ହକକୁ ଗୁରୁତ୍ୱ ଦେଉଥିଲେ ବିଜୁ ବାବୁ । ମହିଳା ସଶକ୍ତିକରଣ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାର ଅନନ୍ୟ ରୂପାୟନ ଦିଗରେ ତାଙ୍କ ବୈପ୍ଲବିକ ନେତୃତ୍ଵ ପାଇଁ ସେହି ମହାନ ରାଷ୍ଟ୍ରନୀତିଜ୍ଞଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରଯାଏ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ପାଳିତ ହୋଇଯାଇଛି ପଞ୍ଚାୟତି ରାଜ ଦିବସ । ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ରରେ ଲୋକମାନେ ହିଁ ପ୍ରକୃତ ମାଲିକ। ଲୋକଙ୍କ ଉନ୍ନତି ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଜୁବାବୁ ଥିଲେ ଅଗ୍ରଗଣ୍ୟ। ତାଙ୍କ ଅବଦାନକୁ ସ୍ମରଣ କରି ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଏକ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଆଲୋଚନା କରିଛନ୍ତି ବିଧାୟିକା । ଏହି ପରିପ୍ରେକ୍ଷୀରେ ୧୯୯୭ ମସିହାରେ ଶେରଗଡ଼ ବ୍ଲକରେ ରାଜ୍ୟର ସର୍ବ କନିଷ୍ଠ ବ୍ଲକ ଅଧକ୍ଷା ଭାବେ କାର୍ଯ୍ୟ ତୁଳାଇବା ସମୟରେ ବିଜୁ ବାବୁଙ୍କ ନିତି ଆଦର୍ଶ ଓ ସଶକ୍ତ ଓଡିଶା ଗାଁ ଓ ପଞ୍ଚାୟତର ଉନ୍ନତି ପାଇଁ ବିଜୁ ବାବୁଙ୍କ ସ୍ବପ୍ନ ତାଙ୍କୁ ବହୁତ ପ୍ରେରଣା ଯୋଗାଇଥିଲା ବୋଲି କହିଛନ୍ତି ବିଧାୟିକା । ଲୋକସେବାକୁ ସମୟୋପଯୋଗୀ କରିବା । ଜନମତ ଆଧାରରେ ସରକାରୀ ସେବାରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ପାଇଁ ବିଜୁ ବାବୁଙ୍କ ପଞ୍ଚାୟତି ରାଜ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ବିଡ଼ିଓ ବେଦବର ପ୍ରଧାନ ପଞ୍ଚାୟତକୁ ସରକାରଙ୍କ ଗୁରୁତ୍ୱ ଓ ସରଳୀକରଣ,ଗାଁ କୁ କାମ,ପଞ୍ଚାୟତ ବ୍ୟବସ୍ଥାକୁ ସୄଧୁଡ଼ ଫଳରେ ବିଭିନ୍ନ କାର୍ଯ୍ୟ କରିବାରେ ସହାୟକ ହେଉଛି ଓ ବିଜୁ ବାବୁଙ୍କ ଆଦର୍ଶ ସେମାନଙ୍କୁ କାମ କରିବାରେ ପ୍ରେରଣା ଦେଉଥିବା କହିଛନ୍ତି ଜନପ୍ରତିନିଧି ମାନେ ଏହି ଅବସରରେ କରୋନା ମହାମାରୀ ସମୟରେ ଉତ୍ତମ କାର୍ଯ୍ୟ ଓ ସେବା ପାଇଁ ଫାସି ସରପଞ୍ଚ ନବୀନ କୁମାର ଦଳେଇ ମର୍ଦ୍ଧମେଖ ସରପଞ୍ଚ ହୃଷିକେଶ ମେହେଣା ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁ ଓ ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସନ୍ନମାନିତ କରିଛନ୍ତି ବିଧାୟିକା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୁଆଁ,ବିଜୁ ଶ୍ରମିକ ସାମୁଖ୍ୟ ଉପ ସଭାପତି ବିଜୟ କୁମାର ନାୟକ ଓ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment