ବେଗୁନିଆପଡା ବ୍ଲକରେ ପ୍ରଥମ ସମିତି ବୈଠକ ଅନୁଷ୍ଟିତ।

ବେଗୁନିଆପଡା,୧୯/୦୪(ପିପିଟି): ଗତ ପଞ୍ଚାୟତ ନିର୍ବାଚନ ପରେ ବେଗୁନିଆପଡା ବ୍ଲକରେ ମଙ୍ଗଳବାର ଦିନ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବ ନିର୍ବାଚିତ ଅଧ୍ୟକ୍ଷା ରେଣୁ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥୀ ଭାବେ ଆସିକା ସାଂସଦ ପ୍ରମିଳା ବିଶୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥିଲେ। ଏଥି ସହିତ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସହକାରୀ ଯନ୍ତ୍ରୀ ସାଳା ସଙ୍ଗିତା ଟୁଡୁ,ଏବିଡିଓ ନିରଞ୍ଜନ ବେହେରା ଉପସ୍ଥିତ ରହିଥିଲେ। ପ୍ରଥମେ ନବ ନିର୍ବାଚିତ ସରପଞ୍ଚ,ସମିତିସଭ୍ୟ ଏବଂ ଜନ ପ୍ରତିନିଧି ମାନଙ୍କୁ ବ୍ଳକ ପ୍ରଶାସନ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ କରାଯାଇଥିଲା । ଏହା ପରେ ବୈଠକର ଉଦ୍ଦେଶ୍ୟ ଉପରେ ବିଧାୟିକା ଏବଂ ସାଂସଦ ସେମାନଙ୍କର ମତବ୍ୟକ୍ତ କରିଥିଲେ। ଏହା ପରେ ସ୍ବାସ୍ଥ୍ୟ, କୃଷି, ମୃତ୍ତିକା ସଂରକ୍ଷଣ,ଉଦ୍ୟାନ,ଗ୍ରାମ୍ୟ ଉନ୍ନୟନ, ଜଳ ଓ ପରିମଳ , ଆଇ ସି ଡ଼ି ଏସ ,ଗୋଷ୍ଟି ଉନ୍ନୟନ, ଜଙ୍ଗଲ , ପଶୁ , ପ୍ରଭୁତି ବିସୟରେ ଆଲୋଚନା କରାଯିବା ସହିତ ନବନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସହିତ ଉକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ବ୍ଲକ ସ୍ତରୀୟ ସାତଟି ଷ୍ଟାଣ୍ଡଙ୍ଗି କମିଟି ଗଠନ କରାଯାଇ ଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଦୁଇଟି ବିଭାଗକୁ ଡାକି ନୂତନ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଆଲୋଚନା କରିବା ପାଇଁ ବିଡ଼ିଓଙ୍କୁ ବିଧାୟିକା କହିଥିଲେ । କେତେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ପ୍ରୋସିଡିଂ କରିବା ପାଇଁ ସଦସ୍ଯ ମାନେ ଦାବି କରିଥିଲେ । ଏଥିରେ ନବନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ଏବଂ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment