ବେଗୁନିଆପଡା ପଞ୍ଚାୟତ ସମିତିର ଚତୁର୍ଥ ବୈଠକ ଅନୁଷ୍ଠିତ ।

କୋଦଳା,୨୨/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ପଞ୍ଚାୟତ ସମିତିର ମର୍ଦ୍ଦରାଜ୍ ସମ୍ମିଳନୀ କକ୍ଷରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼ଙ୍କ ସଭାପତିତ୍ୱରେ ଚତୁର୍ଥ ବୈଠକ ପୋଲିସ ର କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବିଡ଼ିଓ ସସ୍ମିତା ଶତପଥି ମଞ୍ଚାସୀନ ଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଠିକ ସମୟରେ ବିଦ୍ୟାଳୟକୁ ଆସୁନଥିବା,ଶିକ୍ଷା ବର୍ଷ ଶେଷ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆ ଯାଇ ନ ଥିବା,କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ବିହନ ବଣ୍ଟନ,ସାର ଯୋଗାଣରେ ଅବ୍ୟବସ୍ଥା, ବିହନ ବଣ୍ଟନରେ ଜନପ୍ରତିନିଧି ମାନଙ୍କୁ ଅଣ ଦେଖା କରା ଯାଉଥିବା,ବିଦ୍ୟୁତ ଖୁଣ୍ଟ ପାଇଁ ହିତାଧିକାରୀଙ୍କୁ ଟଙ୍କା ଦେବାକୁ ପଡୁଥିବାରୁ ବିଦ୍ୟୁତ ଯୋଗାଣ ହୋଇପାରୁ ନ ଥିବା । ସ୍ମାର୍ଟ ମିଟର ମାଗଣା ନ ମିଳିବା,ପାନୀୟ ଜଳ ପ୍ରକଳ୍ପ ସଠିକ କାର୍ଯ୍ୟ କାରୀ ହେଉନଥିବା,କୃଷି ମତ୍ସ୍ୟ, ଅଙ୍ଗନୱାଡି କେନ୍ଦ୍ର,ପଶୁ ବିଭାଗ ବିଷୟରେ ଜନପ୍ରତିନିଧିଙ୍କୁ ଜଣା ଯାଉନଥିବା ସହିତ ନିମ୍ନ ମାନର ଛତୁଆ ଯୋଗାଣ, ଅଙ୍ଗନୱାଡି କେନ୍ଦ୍ର ଠିକ ଭାବେ ଚାଲୁ ନ ଥିବା ନେଇ ଜନପ୍ରତିନିଧି ମାନେ ପ୍ରବଳ ହୋ ହାଲ୍ଲା କରିଥିବା ବେଳେ ଛତୁଆର ମାନ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ବ୍ଲକର ଗୋଟିଏ ମହିଳା ସଂଘ ଦ୍ୱାରା ଛତୁଆ ବଣ୍ଟନ କରିବାକୁ ଦୃଢ଼ ଦାବୀ ଉପସ୍ଥାପନ କରାଯାଇଥିଲା । ବାରହା ଫସଲ ନଷ୍ଟ କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା, ଜଙ୍ଗଲ ଜମିରେ ପଥର ବ୍ଲାଷ୍ଟ ହେଉ ଥିବା ବେଳେ ବିଭାଗ କାହିଁକି ଚୁପ ବସୁଛି,ଫଳରେ ଜଙ୍ଗଲ ଯନ୍ତୁ ଗ୍ରାମଆଭିମୁଖୀ ହେଉଥିବା ଅଭିଯୋଗ ହୋଇଛି । ଯୋଗାଣ ସହାୟକ ମାନେ ଚାଉଳ ବଣ୍ଟନରେ ସରପଞ୍ଚଙ୍କୁ ଅବଗତ କରୁନଥିବା, ମନମାନୀରେ ଚାଉଳ ବଣ୍ଟନ କରୁଥିବା ବେଳେ,ମଣ୍ଡିରେ କୌଣସି ଚାଷୀ ଯେମିତି ହଇରାଣ ନ ହେବେ,ମିଲର ରାଜ କୁ ବନ୍ଦ କରିବା, ଅମାନିଆ ଠିକାଦାରଙ୍କୁ କଳା ତାଲିକା ଭୁକ୍ତକରିବାକୁ ଦାବୀ କରିବା ସହିତ, ସମିତି ସଭ୍ୟଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଖାଲି ସ୍ଥାନରେ ଗାଁ ସାଥି ନିଯୁକ୍ତି କରିବା ଭଳି ପ୍ରଶ୍ନ ହୋଇଥିଲା । ପ୍ରଶ୍ନ କାଳ ପରେ ସମସ୍ତ ଜନପ୍ରତିନିଧିଙ୍କ ମିଳିତ ସହଯୋଗରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଏସଡିପିଓ ରଜନୀ କାନ୍ତ ସାମଲ, ବେଗୁନିଆପଡା ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, କଲ୍ୟାଣୀ ପାତ୍ର,ବିନୋଦିନୀ ସ୍ୱାଇଁ, ସରପଞ୍ଚ ଶିବ ଶଙ୍କର ବାରିକ,ସନ୍ତୋଷ କୁମାର ସ୍ୱାଇଁ,ପ୍ରଶାନ୍ତ କୁମାର ପରିଡା, ଅର୍ଚନା ତ୍ରିପାଠୀ,ବିନୋଦ କୁମାର ଜେନା,ପଙ୍କଜ ସେଠି,ସମୀର କୁମାର ଶତପଥି, ନୃସିଂହ ପ୍ରଧାନ ଏବଂ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ନୟନୀ ଗୌଡ଼, ମାଧବ ରାଉତ ପ୍ରଭୁତି ବିଭିନ୍ନ ପ୍ରଶ୍ନ କରିଥିଲେ । ଏଥିରେ ସମସ୍ତ ସରପଞ୍ଚ ସମିତିସଭ୍ୟସଭ୍ୟା ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରିସେଶରେ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment