ବେଗୁନିଆପଡା ଜନତା ନୋଡାଲ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗଦେଲେ ବିଧାୟିକା ।

କୋଦଳା,(ପିପିଟି): ବେଗୁନିଆପଡା ବ୍ଲକର ଜନତା ନୋଡାଲ ହୋଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ସୋମବାର ଦିନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭଲେ ଉଦଘାଟନ କରିଥିଲେ। ଏଥିରେ ବି.ଇ.ଓ ରୁଦ୍ର ନାରାୟଣ ସାହୁ, ଏ.ବି.ଇ.ଓ ଜୟଦେବ ଜେନା, ସୋମନାଥ ସେଠି, ଜର୍ଜ ଭାବେ ଖଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ କୁମାର ବେହେରା ଓ ରାଜେନ୍ଦ୍ର ଜେନା ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କୁ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମେଳାକୁ ପାଛୋଟି ନେଇଥିଲେ । ମେଳାରେ ଅନୁଷ୍ଠିତ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପର ବିଷୟରେ ପଚାରି ବୁଝିବା ସହ ଉତ୍ସାହିତ କରିଥିଲେ ବିଧାୟିକା । ଏଥିରେ ମୋଟ ୬୨ ଟି ବିଦ୍ୟାଳୟରୁ ୧୦୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଶ୍ରୀଜିତ ଆଚାର୍ଯ୍ୟ, ସୁବ୍ରତ ଜେନା,ଜନତା ନୋଡାଲ ହାଇ ସ୍କୁଲର ସ୍ୱୟଂଶ୍ରୀ ପଣ୍ଡା, ଅଙ୍ଗରାଗାଁ ଏନ ୟୁ ପି ଏସ ବିଦ୍ୟାଳୟର ସୁଧାଂଶୁ କୁମାର ସେଠି ଙ୍କ ପ୍ରକଳ୍ପ ଚୟନ କରାଯାଇ ଥିଲା । ଏମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଏ ବି ଇ ଓ ଶ୍ରୀଜେନା ସୂଚନା ଦେଇଛନ୍ତି ।ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

(ରିପୋର୍ଟ – ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment