ବେଗୁନିଆପଡା-କେ ବରିଡା ରାସ୍ତରେ ହାଇୱା ଧକ୍କାରେ ଓଲଟିଲା ମାଲବାହି ଅଟୋ ।

କୋଦଳା ,୧୫/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବେଗୁନିଆପଡା-କେ ବରିଡା ରାସ୍ତାର ପଟାଯୋଡ଼ି ଶଙ୍ଖ ନିକଟରେ ହାଇୱା ଧକ୍କାରେ ଏକ ପରିବା ବୋଝେଇ ଅଟୋ (ବଜାଜ ମାକ୍ସିମା) ଧାନବିଲରେ ଓଲଟି ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ଘ ୧୧.୩୦ ମି ସମୟରେ ଅଟୋଟି ପୁରୁଷୋତ୍ତମପୁର ଏବଂ ବେଗୁନିଆପଡା ବଜାରରୁ ପରିବା ଲୋଡ଼ କରି ଷଣ୍ଢମୂଳ ଅଭିମୁଖେ ଯାଉଥିଲା । ସେହି ସମୟରେ ସାମ୍ନା ପଟରୁ ଏକ ଯାତ୍ରୀବାହି ଅଟୋ ଆସୁଥିବା ସମୟରେ ମାଲବାହି ଅଟୋ ପଛରେ ଆସୁଥିବା ହାଇୱା ଅଟୋର ପାର୍ଶ୍ଵପଟୁ ଧକ୍କା ଦେଈ ଚାଲିଯାଇଥିଲା । ସୌଭାଗ୍ୟବଶତଃ କାହାରିକୁ ବି ଆଘାତ ଲାଗିନାହିଁ । ଖବରପାଇ ଅଟୋ ମାଲିକ ଓ ସ୍ଥାନୀୟ ଲୋକେ ସୌରା ଛଚିନା ଗଡ଼ାନାଳ ନିକଟରେ ହାଇୱାକୁ ଅଟକାଇ ପୋଲିସରେ ଖବର ଦେଇଥିଲେ । ବେଗୁନିଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment